ଫରିଦାବାଦ: ଗତକାଲି ହରିୟାଣାର ଏକ କଲେଜ୍‌ ସମ୍ମୁଖରେ ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲଭ୍‌-ଜିହାଦ୍‌ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ କହିଛନ୍ତି।

ଘଟଣା ମୁତାବକ ଗତକାଲି ଫରିଦାବାଦ୍‌ର ବାଲାବଗଡ଼ଠାରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଦୁଇଜଣ ଯୁବକ ତାଙ୍କ କଲେଜ୍‌ ସମ୍ମୁଖରେ ଅପହରଣ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ବିଫଳ ହେବାରୁ ଯୁବକ ଜଣକ ଉକ୍ତ ଯୁବତୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ସବୁ ଘଟଣା ପାଖରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଯାଇଥିଲା। ଯାହାକୁ ଆଧାର କରି ପୋଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

https://twitter.com/ShivAroor/status/1320989764967788544?s=20

ହରିୟାଣା ପୋଲିସ୍‌ କମିସନର୍‌ଙ୍କ କହିବା ମୁତାବକ ମୃତ ଯୁବତୀ ହେଉଛନ୍ତି ନିକିତା ତୋମାର। ୨୦୧୮ରେ ନିକିତାଙ୍କ ପରିବାର ମୁଖ୍ୟ ଅଭିଯୁକ୍ତ ତାଉସିଫଙ୍କ ନାଁରେ ଏକ ଅପହରଣ ମାମଲା ରୁଜୁ କରିଥିଲେ। କିନ୍ତୁ ସେମାନେ ଅଭିଯୁକ୍ତ ଉପରେ କୌଣସି ପଦକ୍ଷେପ ନେବାକୁ ଚାହଁନଥିଲେ। ଏହାର ସମାଧାନ ମଧ୍ୟ ହୋଇଯାଇଥିଲା। ହୁଏତ ଏହି କାରଣରୁ ଅଭିଯୁକ୍ତ ଏପରି ହତ୍ୟାକାଣ୍ଡ ଘଟାଇଥାଇପାରେ। ବର୍ତ୍ତମାନ ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।

ତେବେ ଏହି ଘଟଣାକୁ ନେଇ କିଛି ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଥିବା ବେଳେ ଜାତୀୟ ମହିଳା କମିଶନ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ କମିଶନ ହିରିୟାଣା ଡିଜିପିଙ୍କୁ ଚିଠି ଲେଖିଛି।

 

Other Stories