ନକିଲ ଗୁଟ୍‌ଖାକୁ ଅସଲି କରି ବିକୁଥିଲେ, ମାଡ଼ିବସିଲା ପୁଲିସ୍

ଗଞ୍ଜାମ: ନକଲି ଗୁଟ୍‌ଖା କାରଖାନା ଜବତ କରିଛି ବ୍ରହ୍ମପୁର ପୁଲିସ୍। ଆଜି ବଡ଼ବଜାର ଥାନାପୁଲିସ ପକ୍ଷରୁ ଚଢାଉ କରାଯାଇ ଏହି କାରଖାନା ଠାବ କରାଯାଇଛି। ପୁଲିସ ସେଠାରୁ ୧୧୦ବସ୍ତା ନକଲି ଗୁଟ୍‌ଖା ସହ ୫ବସ୍ତା ଗୁଟ୍‌ଖା ତିଆରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

ପୁଲିସର ସୂଚନା ଅନୁସାରେ ଦୀର୍ଘଦିନ ଧରି ପାଣିଗ୍ରାହୀ ପେଣ୍ଠସାହିରେ ଦୁଇ ଭାଇ ଏହି କାରଖାନା ଚଳାଇ ଆସୁଥିଲେ। ଏମାନେ ନକଲି ଗୁଟ୍‌ଖାକୁ ଆଣି ପୁଣିଥରେ ଭେଜାଲ କରି ବିଭିନ୍ନ ନାମିଦାମି କମ୍ପାନୀ ନାଁରେ ବଜାରକୁ ଛାଡୁଥିଲେ।

ଗତ ସପ୍ତାହେ ଧରି ବ୍ରହ୍ମପୁର ବଡ଼ ବଜାର ଓ ସଦର ଥାନା ପୁଲିସ ପକ୍ଷରୁ ମିଳିତ ଚଢାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ପୁଲିସ ପ୍ରାୟ ତିନି କୁଇଣ୍ଟାଲରୁ ଅଧିକ ନକଲି ଗୁଟ୍‌ଖା ଜବତ କରିବା ସହ ୧୨ଜଣଙ୍କୁ ଗିରଫ କରିଛି।

You might also like