କଟକ ସହରରେ ସଟ୍ଡାଉନ୍ ଅବଧି ବୃଦ୍ଧି ନେଇ ଗୁଜବ, ସିଏମ୍ସି କହିଲା FAKE
କଟକ: କଟକ ସହରରେ ସଟ୍ଡାଉନ୍ ଅବଧି ବୃଦ୍ଧି ନେଇ ଫେକ୍ ନ୍ୟୁଜ୍ ଭାଇରାଲ ହେଉଛି। ଏହି Forwarded ମେସେଜ୍ ଫେକ୍ ଓ ଏହା ଉପରେ ବିଶ୍ୱାସ ନ କରିବାକୁ କଟକ ମହାନଗର ନିଗମ(CMC) ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି।
କଟକ ସହରରେ ସଟ୍ଡାଉନ୍ ଅବଧି ବୃଦ୍ଧି ନେଇ ଏବେ ସୁଦ୍ଧା କୌଣସି ଅଫିସିଆଲ୍ ଅର୍ଡର ଆସି ନ ଥିବା CMC ପକ୍ଷରୁ କୁହାଯାଇଛି।
ସୂଚନାଥାଉ କି, କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି କଟକ ସହରକୁ ଜୁଲାଇ ୪ରୁ ଜୁଲାଇ ୮ ତାରିଖ ମଧ୍ୟରାତ୍ର ଯାଏ ସଟ୍ଡାଉନ୍ କରାଯିବା ନେଇ ସିଏମ୍ସି ଘୋଷଣା କରିଥିଲା।
ଏହାପରେ ଜୁଲାଇ ୭ରେ ଏହି ସଟ୍ଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା ହୋଇଥିଲା। ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ୍ ବଳବତ୍ତର ରହିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଥିଲା।
ତେବେ ସଟ୍ଡାଉନ୍ ଅବଧି ବୃଦ୍ଧି ନେଇ ସୋସିଆଲ୍ ମିଡିଆରେ ଏକ ଫେକ୍ ମେସେଜ୍ ଭାଇରାଲ ହେଉଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, କଟକ ସହରକୁ ଜୁଲାଇ ୨୧ ମଧ୍ୟରାତ୍ର ଯାଏ ସଟ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଏହି Forwarded ମେସେଜ୍ ଫେକ୍ ଓ ଏହା ଉପରେ ବିଶ୍ୱାସ ନ କରିବାକୁ ସିଏମ୍ସି ଟ୍ୱିଟ୍ କରି ଲୋକମାନଙ୍କୁ ପରାମର୍ଶ ଦେଇଛି।