କେନ୍ଦ୍ରର ବଡ଼ ଯୋଜନା:ଏଣିକି ବେକାର ଯୁବକ ଓ ଯୁବତୀଙ୍କୁ ୩୮ ଶହ ଟଙ୍କା ଦେବେ ଭତ୍ତା

ବେକାର ଯୁବକ ଓ ଯୁବତୀଙ୍କୁ କେନ୍ଦ୍ର ଦେବ ୩୮ ଶହ ଟଙ୍କା?

କେଉଁ ମାସଠୁ ମିଳିବ ଭତ୍ତା ଟଙ୍କା?

ଖବର ଗୁଜବ ନା ସତ?

ନୂଆଦିଲ୍ଲୀ: ବେରୋଜଗାରିଆ ଯୁବକ ଓ ଯୁବତୀଙ୍କୁ ମାସକୁ ୩୮୦୦ ଟଙ୍କା ଭତ୍ତା ଦେଉଛନ୍ତି କେଦ୍ର ସରକାର। ଦେଶରେ ବଢିଚାଲିଥିବା ବେକାରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚା ଚାଲିଛି। କିନ୍ତୁ ଏମିତି କୌଣସି ନିଷ୍ପତ୍ତି କେନ୍ଦ୍ର ନେଇ ନାହିଁ କିମ୍ବା କୌଣସି ବେରୋଜଗାରିଆଙ୍କୁ କେନ୍ଦ୍ର ମାସକୁ ୩୮ ଶହ ଟଙ୍କା ଭତ୍ତା ଦେଉନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର।

ଭାଇରାଲ ଖବର କେତେ ସତ?

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର କେତେ ସତ? ସତରେ କଣ କେନ୍ଦ୍ର ବେରୋଜଗାରିଆଙ୍କୁ ଭତ୍ତା ଦେବାକୁ କିଛି ଯୋଜନା କରିଛି କି? ଯଦି ନାଁ ତେବେ ଏହି ଖବରକୁ କିଏ ଓ କାହିଁକି ଭାଇରାଲ କଲା? କାରଣ ସୋସିଆଲ ମିଡିଆରେ ଯେ, କେବଳ ଖବର ଭାଇରାଲ ହେଉଛି ତାହା ନୁହେଁ, ଏହି ଯୋଜନା ସମ୍ପର୍କରେ ଏକ ଲିଙ୍କ୍ ମଧ୍ୟ ଦିଆଯାଇଛି। ଆଉ ସେହି ଲିଙ୍କ୍ ଖୋଲିଲେ କୁଆଡ଼େ ଏକ ଫର୍ମ ମିଳିବ। ଆଉ ଏହି ଫର୍ମରେ ଆପଣ ନିଜ ସମ୍ପର୍କରେ ସମସ୍ତ ତଥ୍ୟ ଦେବେ ଆଉ ଏହା ପରେ ଯୋଜନାରେ ସାମିଲ ହୋଇପାରିବେ।

ପୋଷ୍ଟରେ କଣ ଲେଖାଯାଇଛି?

ଏହାକୁ ଓପନ କରିବା ପରେ ନିଜର ନାମକୁ ସର୍ବପ୍ରଥମେ ପଞ୍ଜିକରଣ କରିବା ଲାଗି କୁହାଯାଇଛି। ଆଉ ରେଜିଷ୍ଟ୍ରେସନ ପରେ ଆବେଦନ କରିଥିବା ଯୁବକ ଓ ଯୁବତୀଙ୍କୁ ୩୮ଶହ ଟଙ୍କା ମିଳିବ ବୋଲି କୁହାଯାଉଛି।  ଏହାସହ ଆବେଦନର ବୟସ ସୀମା ୧୮ ରୁ ୫୦ ବର୍ଷ ରହିଛି। ପଞ୍ଜୀକରଣ ପାଇଁ, ଆପଣଙ୍କୁ pradhanmantrI-berojgar-bhatta-yojnaa ଲିଙ୍କରେ କ୍ଲିକ୍ କରିବାକୁ କୁହାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ,  ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ମଧ୍ୟ ରହିଛି।

କିନ୍ତୁ ଏ ସମ୍ପର୍କରେ ଜାତୀୟ ଗଣମାଧ୍ୟମ ଗୁଡ଼ିକ ଅନୁସନ୍ଧାନ କରିଥିଲେ ହେଲେ ଏହି ନାମରେ କେନ୍ଦ୍ର କୌଣସି ଯୋଜନା କରିନାହିଁ କି କାହାକୁ ୩୮  ଶହ ଟଙ୍କା ଦିଆଯାଇନାହିଁ ବୋଲି ଜଣାପଡିଛି। ଏହାର ଅର୍ଥ ଦେଶରେ ବେରୋଜଗାରିଆଙ୍କ ଲାଗି କୌଣସି ଯୋଜନାରେ ୩୮ ଶହ ଟଙ୍କା ଦିଆଯାଉନାହିଁ।

ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ଫେକ୍ ଲିଙ୍କ୍ ଦିଆଯାଉଛି। ଆଉ ତାହାକୁ ଏମିତି ଆକର୍ଷିତ ଭାବରେ ଦିଆଯାଉଛି ଯେ, ସମସ୍ତେ ଭାବିବେ କି କେନ୍ଦ୍ର କିଛି ନୂଆ ଯୋଜନା କରିଛି କିନ୍ତୁ ଏପରି ୱେବସାଇଟ୍ ବା ଲିଙ୍କ କେବଳ ଟଙ୍କା ରୋଜଗାର କରିବା ପାଇଁ ଏମିତି ଫେକ୍ ଲିଙ୍କ ସୋସିଆଲ ମିଡ଼ିଆରେ ଦେଉଥିବା ଜଣାଯାଇଛି। କାରଣ ଆପଣ ମାନେ କିଛି ଏପରି ଫେକ୍ ୱେବସାଇଟରେ ପ୍ରବେଶ କଲେ ସେମାନଙ୍କ ଏନଗେଜମେଂଟ୍ ବଢିବା ସହ ବିଜ୍ଞାପନ ମଧ୍ୟ ମିଳିବ। ଆଉ ଏହାଦ୍ୱାରା ଭଲ ୨ ପିଇସା ରୋଜଗାର ମଧ୍ୟ ହେବ ତେଣୁ କିଛି ମନ୍ଦ ପ୍ରକୃତିର ଲୋକେ ଏମିତି କରିଥିବା ଜଣାଯାଇଛି। କିନ୍ତୁ ଏମିତି କଲେ ଏହାକୁ ସାଇବର ଅପରାଧ ବୋଲି ବିବେଚନା କରାଯିବ।

ଏପରି ଠକାମିରୁ ଆପଣ କିପରି ରକ୍ଷା ପାଇପାରିବେ?

ସାଇବର ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ http: // ରୁ ଆରମ୍ଭ ହୋଇଥିବା ଯେକୌଣସି URL ଅସୁରକ୍ଷିତ ହୋଇପାରେ। ଏହାକୁ କ୍ଲିକ୍ କରିବାବେଳେ, ଆପଣଙ୍କ ସିଷ୍ଟମ କିମ୍ବା ମୋବାଇଲରେ ସୂଚନା ଲିକ୍ ହେବାର ଆଶଙ୍କା ଅଛି । ଏପରି ପରିସ୍ଥିତିରେ, ଯଦି ଏକ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଇତ୍ୟାଦିର ଏକ ଇମେଲ ମାଧ୍ୟମରେ ଏକ ଲିଙ୍କ ପଠାଯାଏ, ଏହାକୁ ଖୋଲନ୍ତୁ ନାହିଁ କିନ୍ତୁ ସେହି ଅନୁଷ୍ଠାନର ୱେବସାଇଟକୁ ଯାଆନ୍ତୁ ଏବଂ ସମ୍ପୃକ୍ତ ଟ୍ୟାବ୍ କ୍ଲିକ୍ କରି ସୂଚନା ପ୍ରାପ୍ତ କରନ୍ତୁ। କାରଣ ଏମିତି ଲିଙ୍କ୍ ଦେଇ ଟଙ୍କା ପଇସା ସହ ତଥ୍ୟ ଲୁଟ୍ କରୁଛନ୍ତି ଦୁର୍ବୃତ୍ତ।

ତେଣୁ ଆପଣ ସାବଧାନ ହୁଅନ୍ତୁ, ସତର୍କ ରୁହନ୍ତୁ…..ଯଦି ଏମିତି କିଛି ଲିଙ୍କ୍ ଆସି ଆପଣଙ୍କୁ ହଇରାଣ କରୁଛି ତେବେ ନିକଟସ୍ଥ ପୋଲିସର ସାହାଯ୍ୟ ନିଅନ୍ତୁ।

You might also like