ଏମିତି ଚର୍ଚ୍ଚ ଯେଉଁଠି କୋରଲ ସଙ୍ଗୀତ ସହ ଶୁଭେ ହର ହର ମହାଦେବ

ବାରଣାସୀ: ଆଜି ବଡ଼ଦିନ। ଆଜିର ଏହି ପବିତ୍ର ଦିନରେ ଆମେ ଏକ ନିଆରା ଚର୍ଚ୍ଚ କଥା କହିବୁ। ଯେଉଁ ଚର୍ଚ୍ଚର କୋରଲ ସଙ୍ଗୀତ ସାଙ୍ଗକୁ ହର ହର ମହାଦେବ ସ୍ୱରର ଗୁଞ୍ଜରଣ ସାରା ଅଞ୍ଚଳରେ ସୃଷ୍ଟି କରୁଛି ଆଧ୍ୟାତ୍ମିକ ପରିବେଶ। ଏଠି ଦେଖିବାକୁ  ମିଳେ ସର୍ବଧର୍ମ ସମଭାବର ଝଲକ। କାନ୍ଥରେ ବାଇବେଲ ସହ ଲେଖା ହୋଇଛି ଗୀତାର ଶ୍ଳୋକ।

ଏହି ନିଆରା ଚର୍ଚ୍ଚ ରହିଛି ଧର୍ମ ଓ ଅଧ୍ୟାତ୍ମିକର ନଗରୀ କାଶୀରେ। ଗୋଟିଏ ଜାଗାରେ ଦେଖିବାକୁ ମିଳେ ସର୍ବ ଧର୍ମ ସମଭାବର ଝଲକ। ଗୋଟିଏ ପଟେ ମନ୍ଦିର ଘଣ୍ଟ ବାଜୁ ଥିବା ବେଳେ ଆଉ ଗୋଟିଏ ପଟେ ମସଜିଦରୁ ଶୁଭେ ନମାଜ ପାଠ। ଏହାରି ଭିତରେ ଗିରିଜା ଘରେ କୋରଲ ଗୀତ ଆପଣଙ୍କ ମନକୁ ଶାନ୍ତ କରି ଦେବ। ଗଙ୍ଗା-ଯମୁନାର ସଙ୍ଗମସ୍ଥଳ କାଶୀର ଏହି ନିଆରା ଦୃଶ୍ୟ ଆମ ସଂସ୍କୃତିକୁ ଦିଏ ନୂଆ ଦିଗଦର୍ଶନ।

ସମସ୍ତ ଧର୍ମର କେନ୍ଦ୍ରସ୍ଥଳୀ ହେଉଛି କାଶୀ। ପବିତ୍ର ଗଙ୍ଗା ନଦୀ କୂଳରେ ଥିବା ବନାରସ ସହର ଏକ ମିନି ଇଣ୍ଡିଆ, ଯେଉଁଠାରେ ସବୁ ଧର୍ମ ଏବଂ ସମ୍ପ୍ରଦାୟର ଲୋକ ବାସ କରନ୍ତି। ଏସବୁ ଭିତରେ ବାରାଣାସୀ କ୍ୟାଣ୍ଟନମେଣ୍ଟରେ ରହିଛି ସେଣ୍ଟ ମେରୀ କ୍ୟାଥେଡ୍ରାଲ ଚର୍ଚ୍ଚ। ଏହାର ଇତିହାସ ବହୁ ପୁରୁଣା। କିନ୍ତୁ ଚର୍ଚ୍ଚରେ ଦେଖିବାକୁ ମିଳେ ପୁଣ୍ୟତୋୟା ଭାରତୀୟ ସଂସ୍କୃତିର ଝଲକ। ଚର୍ଚ୍ଚର ନିମ୍ନ ଭାଗଟି ଭାରତୀୟ ସଂସ୍କୃତି ସହ ଜଡିତ ଥିବା ବେଳେ ଏହାର ନୀଚ ଭାଗ ଅଷ୍ଟକମଳ ଆକାରରେ ତିଆରି ହୋଇଛି। ଅର୍ଥାତ ଭାରତୀୟ ବାସ୍ତୁଶାସ୍ତ୍ରରେ ଏହାକୁ ଅଷ୍ଟକୋଣୀୟ ବୋଲି କୁହାଯାଏ। କମଳ ବା ପଦ୍ମ ପୂର୍ଣ୍ଣତାର ପ୍ରତୀକ ହୋଇଥିବା ବେଳେ ଈଶ୍ୱରଙ୍କ ବାର୍ତ୍ତା ବହନ କରୁଛି ଶଙ୍ଖ। ଓଁ, କଳସ, ଆମ୍ବ ପତ୍ର, ଲତା ଏବଂ ପ୍ରଭୁ ଖ୍ରୀଷ୍ଟଙ୍କର ଏକ ବାର୍ତ୍ତା ଦେଉଛି।

ଖାଲି ଏତିକି ନୁହେଁ, ସେଣ୍ଟ ମେରୀ ଚର୍ଚ୍ଚରେ ଯେଉଁଠି ବାଇବେଲର ବାର୍ତ୍ତା ଲେଖାଯାଇଛି ସେଇଠି ଗୀତାଙ୍କ ଶ୍ଳୋକ ସେବାଧର୍ମା: ପରମଗହାନୋ ଯୋଗୀନାମପ୍ୟଗମ୍ୟଟ ସଂସ୍କୃତରେ ଲେଖା ହୋଇଛି। ଏସବୁ ପିତ୍ତଳ ଧାତୁରେ ତିଆରି ଅକ୍ଷରରେ ଖୋଦିତ ହୋଇଛି। କୁହାଯାଏ ପ୍ରଖ୍ୟାତ ପଣ୍ଡିତ କୃଷ୍ଣ ମେନନ ଏବଂ ନିଜର ରଚନାତ୍ମକ କଳାକୃତି ପାଇଁ ପ୍ରସିଦ୍ଧ କଳାକାର ଜ୍ୟୋତି ଶାହୀ ଏହି ଚର୍ଚ୍ଚର ଡିଜାଇନ କରିଛନ୍ତି।

ଚର୍ଚ୍ଚର ନିଆରା ବିଶେଷତ୍ୱକୁ ଦେଖି ସବୁ ବର୍ଗର ଲୋକେ ଏଠାକୁ ଆସିବାକୁ ପସନ୍ଦ କରିଥାନ୍ତି। ସେ ମୁସଲମାନ ହୁଅନ୍ତୁ କିମ୍ବା ହିନ୍ଦୁ। ସମ୍ଭବତଃ ଏହା ପ୍ରଥମ ଚର୍ଚ୍ଚ ଯେଉଁଠାରେ କରୋଲ ସହ ହର ହର ମହାଦେବଙ୍କ ଜୟ ଜୟ କାର ଗୁଞ୍ଜରିତ ହୁଏ। ଏଠାକୁ ଆସୁଥିବା ଲୋକମାନଙ୍କର ଗୋଟିଏ କଥା ଯୀଶୁ ଖ୍ରୀଷ୍ଟଙ୍କ ସନ୍ଦେଶ ‘ଈଶ୍ୱର ଏକ’ ବାର୍ତ୍ତାକୁ ବାଣ୍ଟି ଚାଲିଛି କାଶୀର ଏହି ନିଆରା ଚର୍ଚ୍ଚ। ସବୁ ଧର୍ମ ଲୋକଙ୍କୁ ଏକତାର ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ସନ୍ଦେଶ ଦେଇଥାଏ ଏହି ଚର୍ଚ୍ଚ। ଏହି ଚର୍ଚ୍ଚ ମଣିଷକୁ ମାନବିକତାର ସନ୍ଦେଶ ବି ଦେଇଥାଏ।

You might also like