ଏହି ଦେଶରେ ଚାଲିଛି ୨୦୧୪ ମସିହା, ବର୍ଷକରେ ପଡ଼େ ୧୩ ମାସ
ନୂଆଦିଲ୍ଲୀ: ବିଦାୟ ନେଇଛି ଅଭିଶପ୍ତ ବର୍ଷ ୨୦୨୦। ଅନେକ ଆଶା, ସମ୍ଭାବନାକୁ ନେଇ ଆସିଛି ୨୦୨୧। ନିରାଡମ୍ବର ହେଲେ ବି ଆଗ୍ରହ ଓ ଉଚ୍ଛାହର ସହ ସମସ୍ତା ସ୍ୱାଗତ କରିଛନ୍ତି ୨୦୨୧କୁ । ହେଲେ ଆପଣ ଜାଣିଛନ୍ତି, ଏମିତି ଏକ ଦେଶ ଅଛି ଯାହା ୭ ବର୍ଷ ପଛରେ ଚାଲିଛି। ଅର୍ଥାତ୍ ଏହି ଦେଶରେ ଏବେ ବି ୨୦୧୪ ଚାଲିଛି। ଆଫ୍ରିକାର ଇଥିଓପିୟା କ୍ୟାଲେଣ୍ଡର ପୃଥିବୀର ଅନ୍ୟ କ୍ୟାଲଣ୍ଡରଠାରୁ ୭ ରୁ ୮ ବର୍ଷ ପଛରେ ଚାଲିଛି। ଏହି ଦେଶରେ ଏମିତି ଅନେକ ପ୍ରଥା ରହିଛି ଯାହା ଅନ୍ୟ ପ୍ରଥାଠାରୁ ସମ୍ପୂର୍ଣ୍ଣ ଭିନ୍ନ।
ବିଶ୍ୱର ପ୍ରାୟ ସବୁ ଦେଶରେ ବର୍ଷକୁ ୧୨ ମାସରେ ଭାଗ କରାଯାଇଥିବାବେଳେ ଏଠାରେ ବର୍ଷକ ୧୩ ମାସରେ ଭାଗ କରାଯାଇଛି ।ତେବେ କାହିଁକି ସମୟକୁ ନେଇ ଏତେ ଭିନ୍ନତା ରହିଛି ଏହି ଦେଶରେ ?
ଇଥିଓପିଆ ଆଫ୍ରିକାର ଦ୍ୱିତୀୟ ଜନବହୁଳ ଦେଶ। ଏହି ଦେଶର ଜନସଂଖ୍ୟା ପ୍ରାୟ ୮୫ ଲକ୍ଷ ହେବ। ଏଠାରେ ଗ୍ରିଗୋରିଆନ କ୍ୟାଲେଣ୍ଡର ପ୍ରଚଳିତ। ଏହି କ୍ୟାଲେଣ୍ଡର ପାଖାପାଖି ୮ ବର୍ଷ ୩ ମାସ ବିଳମ୍ବରେ ଚାଲିଛି। ଏଠାରେ ନୂଆବର୍ଷ ଜାନୁଆରୀ । ତାରିଖ ପାଳନ କରାଯାଏ ନାହିଁ। ୧୩ ମାସ ପରେ ୧୧ ସେପ୍ଟେମ୍ବର ଦିନ ଏଠାରେ ନୂଆବର୍ଷ ପାଳନ କରାଯାଏ।
ଏଠି ସୂଚନାଥାଉ କି, ଗ୍ରେଗୋରିଆନ କ୍ୟାଲେଣ୍ଡର ୧୫୮୨ ମସିହାରେ ପ୍ରଚଳିତ ହୋଇଥିଲା। ଏହା ପୂର୍ବରୁ ଏଠାରେ ଜୁଲିଅନ କ୍ୟାଲେଣ୍ଡର ପ୍ରଚଳିତ ଥିଲା। କ୍ୟାଥେଲିକ୍ ଚର୍ଚ୍ଚକୁ ମାନୁଥିବା ଦେଶ ନୂଆ କ୍ୟାଲେଣ୍ଡରୀ ସ୍ୱୀକାର କରି ନେଇଥିଲେ। ତେବେ ଅନେକ ଦେଶ ଏହାକୁ ବିରୋଧ କରିଥିଲେ। ଏହା ଭିତରେ ଇଥିଓପିଆ ଗୋଟିଏ ଦେଶ।
ଇଥିଓପିଆରେ ରୋମାନ୍ ଚର୍ଚ୍ଚର ଛାପ ରହିଛି। ଅର୍ଥାତ୍ ଇଥିଓପିଆନ ଓର୍ଥଡକ୍ସ ଚର୍ଚ୍ଚ ବିଶ୍ୱାସ କରନ୍ତି, ପ୍ରଭୁ ଯୀଶୁଙ୍କ ଜନ୍ମ BC -7ରେ ହୋଇଥିଲା। ଏହି ଅନୁସାରେ କ୍ୟାଲେଣ୍ଡରର ଗଣନା ଆରମ୍ଭ ହୋଇଛି। ପୃଥିବୀର ଅନ୍ୟ ସବୁ ଦେଶରେ ପ୍ରଭୁ ଯୀଶୁଙ୍କ ଜନ୍ମ
AD1ରେ ବୋଲି ବିଶ୍ୱାସ କରାଯାଏ। ଏହି କାରଣରୁ ବିଶ୍ୱ ୨୦୨୧ମସିହାକୁ ସ୍ୱାଗତ କରୁଥିବାବେଳେ ଏଠାରେ ସମୟ ୨୦୧୪ରେ ଅଟକି ଯାଇଛି।
ଆଉ ଏକ ଭିନ୍ନତା ମଧ୍ୟ ଏଠାରେ ଦେଖିବାକୁ ମିଳିଥାଏ। ଏଠାରେ ବର୍ଷକରେ ୧୩ ମାସ ପଡ଼ିଥାଏ। ଏଠାରେ ୧୨ ମାସରେ ୩୦ ଦିନ ହୋଇଥାଏ। ଶେଷ ମାସକୁ ‘ପାଗ୍ୟୁମେ’ କୁହାଯାଏ। ଏହା ୫ ବା ୬ ଦିନ ଆସିଥାଏ। ବର୍ଷର ଯେଉଁ ଦିନ ଗୁଡିକୁ କୌଣସି କାରଣରୁ ଗଣା ଯାଇ ପାରି ନ ଥାଏ ସେହି ଦିନମାନଙ୍କ ସ୍ମୃତିରେ ଏହାକୁ ଛାଡ଼ି ଦିଆଯାଇଥାଏ।
ଇଥିଓପିଆରେ ଲୋକେ ବିଶ୍ୱାସ କରନ୍ତି, ଏହି କ୍ୟାଲେଣ୍ଡର ଏବଂ ଏହାର ମାନ୍ୟତାକୁ ନେଇ ବାହାରୁ ଆସୁଥିବା ଟୁରିଷ୍ଟମାନେ କୌଣସି ସମସ୍ୟାରେ ପଡ଼ୁ ନ ଥିବେ। ତେବେ ଏକଥା ସତ ଯେ, ଇଥିଓପିଆ ବୁଲି ଯାଉଥିବା ଲୋକଙ୍କୁ ହୋଟେଲ ବୁକିଂ କିମ୍ବା ଅନ୍ୟ କୌଣସି ସୁବିଧା କ୍ଷେତ୍ରରେ କେଉଁଠି ନା କେଉଁଠି କ୍ୟାଲେଣ୍ଡର ଯୋଗୁ ଅସୁବିଧାରେ ପଡ଼ୁଛନ୍ତି।
ଏହି ଦେଶର ଆହୁରି ଅନେକ ବିଶେଷତ୍ୱ ରହିଛି। ୟୁନେସ୍କୋର ୱାର୍ଲଡ ହେରିଟେଜ୍ ସାଇଟ୍ରେ ସାମିଲ ହୋଇଥିବା ଦେଶମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଜାଗା ଇଥିଓପିଆର ରହିଛି। ଯେମିତି କି ପୃଥିବୀର ସବୁଠାରୁ ଗଭୀର ଏବଂ ଦୀର୍ଘ ଗୁମ୍ଫା ଏଠାରେ ରହିଛି। ପୃଥିବୀର ସବୁଠାରୁ ଉତ୍ତପ୍ତ ଜାଗା ହେଉଛି ଇଥିଓପିଆ। ଏହାବ୍ୟତୀତ ଏଠାରେ ପ୍ରକୃତି ସୌନ୍ଦର୍ଯ୍ୟ ଖୁବ୍ ସୁନ୍ଦର। ତେଣୁ ପୃଥିବୀର ବିଭିନ୍ନ କୋଣ ଅନୁକୋଣରୁ ଟୁରିଷ୍ଟମାନେ ଏଠାକୁ ଆସିଥାନ୍ତ। ଏଠାରେ ୧୧ ସେପ୍ଟେମ୍ବରରେ ସ୍ୱତନ୍ତ୍ର ଭାବେ ପାଳନ କରଯିବ ନୂଆବର୍ଷ।