କଟକରେ ଏନ୍‌କାଉଣ୍ଟର

କଟକ  : କଟକ ଜଗତପୁର ଅଞ୍ଚଳରେ ଏନ୍‌କାଉଣ୍ଟର। ପୁଲିସ ଗୁଳିରେ ଅାହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଚରଣ ପାତ୍ର ଓରଫ ଗୁରିଅା। ତାର ବାମ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ଗୁରିଅାକୁ ଭର୍ତ୍ତି କରାଯାଇଛି ଏସ୍‌ସିବିରେ।

କିଛି ଦିନ ତଳେ ଜେଲ୍‌ରୁ ବାହାରିଥିଲା ଗୁରିଅା। ଜେଲ୍‌ରୁ ବାହାରିବା ପରେ ସେ ପୁଣି ନିଜର ଅପରାଧ ଅାରମ୍ଭ କରିଥିଲା। ଜଗତପୁର ଅଞ୍ଚଳରେ ବୋମାମାଡ଼ ମଧ୍ୟ କରିଥିଲା। ଅାଜି ରାତିରେ ତାକୁ ଏନ୍‌କାଉଣ୍ଟର କରିଛି ପୁଲିସ।

You might also like