୨ ସପ୍ତାହରେ ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇଥିବା ବିଶ୍ୱର ଏହି ଧନୀବ୍ୟକ୍ତିଙ୍କୁ ଜାଣନ୍ତି ?

ୱାଶିଂଟନ: ଆଜିକାଲି ଟେସ୍‌ଲାର ମୁଖ୍ୟ କୋଟିପତି ଏଲନ ମସ୍କ (Elon Musk)ଙ୍କୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଏଲନ ଚର୍ଚ୍ଚିତ କୋଟିପତି ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ପୃଥିବୀର ୨ୟ ଧନୀ ବ୍ୟକ୍ତିର ଗୌରବ ପାଇଛନ୍ତି। ୪୯ ବର୍ଷର ଏଲନଙ୍କ ସମ୍ପତ୍ତିର ମୂଲ୍ୟ ୭.୨ ଅରବ ଡଲାରରୁ ବୃଦ୍ଧି ପାଇ ୧୨୭.୯ ଅରବ ଡଲାରରେ ପହଞ୍ଚିଛି। ଗତ ୨ ସପ୍ତାହ ମଧ୍ୟରେ ଏଲନ ଧନୀ ତାଲିକାର ୫ ନମ୍ବରରୁ ୨ ନମ୍ବରକୁ ଆସିଛନ୍ତି।

ଏଲନଙ୍କ ଗତ ବର୍ଷ ନାଟ ୱର୍ଥ ଥିଲା ୧୧୦.୩ ଅରବ ଡଲାର। ବ୍ଲମ୍‌ବର୍ଗ ଇଣ୍ଡେକ୍ସ ଅନୁସାରେ ଜାନୁଆରୀରେ ସେ ଧନୀ ତାଲିକାର ୩୫ ତମ ସ୍ଥାନରେ ଥିଲେ ‌। ଗତ ଶନିବାର ସୁଦ୍ଧା ଏହି ତାଲିକାରେ  ୧୮୩ ଅରବ ଡଲାର ସମ୍ପତ୍ତି ସହ ଜେଫ ବେଜୋସ ପ୍ରଥମ ନମ୍ବରରେ ଥିଲେ। ୧୨୮ ଡଲାର ସହ ବିଲ ଗେଟ୍‌ସ ୨ୟ ସ୍ଥାନରେ ଥିଲେ। ଏବେ ସେହି ସ୍ଥାନ ଏଲନ ମସ୍କ ନେଇ ଯାଇଛନ୍ତି। ୧୦୫ ଅରବ ଡଲାର ସହ ବର୍ନାର୍ଡ ଅର୍ନଲ୍ଡ ୪ର୍ଥ ସ୍ଥାନରେ ଏବଂ ୧୦୨ ଅରବ ଡଲାର ସହ ମାର୍କ ଜୁକରବର୍ଗ ୫ମ ସ୍ଥାନରେ ଅଛନ୍ତି।

ତେବେ ବିଲ୍‌ ଗେଟ୍‌ସ ତାଲିକାରୁ  ତଳକୁ ଖସିବା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ମଧ୍ୟ ସେ ଥରେ ତଳକୁ ଖସିଥିଲେ। ବିଲ୍‌ ଗେଟ୍‌ସ ଦୀର୍ଘ ବର୍ଷ ଧରି ପ୍ରଥମ ସ୍ଥାନରେ ରହି ଆସିଥିଲେ। ହେଲେ ଆମଜନ ଫାଉଣ୍ଡର ଜେଫ ବିଜୋସ ୨୦୧୭ରେ ଏକ ନମ୍ବରରେ ଆସିବା ପରେ ବିଲ୍‌ ଗେଟ୍‌ସ ୨ୟ ସ୍ଥାନକୁ ଖସି ଆସିଥିଲେ। ତେବେ ଏଠି କହି ରଖିବୁ, ବିଲ୍‌ ଗେଟ୍‌ସଙ୍କ ଅର୍ଥ ଯଥେଷ୍ଟ ଅଧିକ ହୋଇ ପାରନ୍ତା। କିନ୍ତୁ ସେ ଅଧିକ ଅର୍ଥ ଦାନ କରି ଦେଉଛନ୍ତି।

You might also like