ଗାଁରେ ମାତିଛି ଦନ୍ତା, ଲୋକେ ଭୟଭୀତ

ଭଦ୍ରକ: ଭଦ୍ରକ ବନ୍ତ ପାଟକନା ଗାଁରେ ହାତୀ ଉପଦ୍ରବ ଘର ଭାଙ୍ଗିବା ସହ ବ୍ୟାପକ ପନିିପରିବା ଫସଲ ନଷ୍ଟ କରିଛନ୍ତି ହାତୀ ପଲ। ଗାଁର ଭାମା ଭୂତିଆଙ୍କ ୨ ବଖରା ଘର ସଂପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି ହାତୀ ପଲ। ସୌଭାଗ୍ୟବଶତଃ ପରିବାର ଲୋକେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନିକଟସ୍ଥ ସାଳନ୍ଦୀ ନଦୀ ପାର କରି ହାତୀ ପଲ ଆସିଥିବା ଜଣାପଡ଼ିଛି।

ହାତୀ ପଲରେ ଏକ ଦନ୍ତା ହାତୀ ସହ ଛୁଆ ହାତୀ ମଧ୍ୟ ଅଛନ୍ତି। ରାତିରେ ଲୋକେ ହାତୀ ଆସିବା ଦେଖି ଭୟଭୀତ ହୋଇପଡ଼ିଥିଲେ। ପରେ ଗ୍ରାମବାସୀ ହାତୀ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଖବର ପାଇ ବନ ବିଭାଗ ଟିମ୍ ଓ ଆଗରପଡ଼ା ପୋଲିସ ଗାଁରେ ପହଞ୍ଚିଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନ କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି।

You might also like