ଲଗାଣ ବର୍ଷାରେ ମାଲକାନଗିରି ବେହାଲ

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ରାସ୍ତା ଉପରେ ପାଣି ପ୍ରବାହିତ ହେବା ଫଳରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ମାଲକାନଗିରି ସଦର ମହକୁମାରୁ ବାଲିମେଳା ଯିବା ରାସ୍ତାରେ ଏମ୍‌ଭି ୧୧, କୋରକୋଣ୍ଡା ଓ ଏମ୍‌ଭି ୩୭ ନଦୀରେ ପାଣି ବଢ଼ି ଯୋଗଯୋଗ ବିଛିନ୍ନ ହୋଇଛି।
ସେହିପରି କାଲିମେଳା ମୁଖ୍ୟ ରାସ୍ତାର କାଙ୍କରାକୋଣ୍ଡା ,ପୋଟେରୁ ପଡିଆ ରାସ୍ତାର କନ୍ୟାଶ୍ରମ ପୋଲ ଉପରେ ପାଣି ପ୍ରବାହିତ ହେବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଚଳନଗୁଡ଼ା ପୋଲ ଉପରେ ପାଣି ପ୍ରବାହିତ ଯୋଗୁ ଛତିଶଗଡ଼କୁ ମଧ୍ୟ ଯାତାୟତ ବନ୍ଦ ହୋଇଯାଇଛି। ବର୍ଷାଯୋଗୁଁ ଅନେକ ଘର ଭିତରକୁ ପାଣି ପଶି ଯିବା ସହ ଘର ମଧ୍ୟ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ସେହିପରି ଅନେକ ଚାଷ ଜମି ରେ ପାଣି ମାଡ଼ି ଜୀବରୁ ଅନେକ ଫସଲନଷ୍ଟ ହୋଇଛି।
ଅନ୍ୟପକ୍ଷରେ, ବର୍ଷାକୁ ଦୃଷ୍ଟିରେ ରଖି ଓଡ୍ରାଫ୍‌ର ଏକ ୧୧ ଜଣିଆ ଟିମ୍‌ ମାଲକାନଗିରିରେ ଆସି ପହଞ୍ଚିଛନ୍ତି ।ଏଥିସହ ପ୍ରଶାସନ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍‌ ମଧ୍ୟ ଖୋଲା ଯାଇଛି।

You might also like