ଅର୍ଥନୀତିକ ସର୍ଭେ ରିପୋର୍ଟ-୨୦୨୧: ଦୁଇ ବର୍ଷ ପରେ ଦେଶରେ ଗଡ଼ିବ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ: ଦେଶରେ ଗଡ଼ିବ ପ୍ରାଇଭେଟ ଟ୍ରେନ । ୨୦୨୩-୨୪ରେ ସୁଦ୍ଧା ପ୍ରାଇଭେଟ ଟ୍ରେନ ଚଳାଚଳ କରିବ। ଏକଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶୁକ୍ରବାର ବେଜଟ ପୂର୍ବରୁ ସଂସଦରେ ଆର୍ଥିକ ସର୍ଭେକ୍ଷଣ-୨୦୨୧ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଏହା କହିଛନ୍ତି।

ସେ କହିଛନ୍ତି, ଦେଶରେ ପ୍ରାଇଭେଟ ଟ୍ରେନ ନେଇ ସମସ୍ତ ପ୍ରକ୍ରିୟା ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ସୂଚନାଥାଉ କି, ସରକାର ପ୍ରାଇଭେଟ ଟ୍ରେନ ଚଳାଚଳ ପୂର୍ବରୁ ଆଇଆରସିଟିସି ଦ୍ୱାରା ତେଜସ୍‌ ଟ୍ରେନର ଚଳାଚଳ ଆରମ୍ଭ କରିଥିଲେ।  ଏହି ଟ୍ରେନ ଚଳାଚଳ ସଫଳ ହେବା ପରେ ଏହାର ସଞ୍ଚାଳନ ଦାୟିତ୍ୱ କୌଣସି କମ୍ପାନୀକୁ ହସ୍ତାନ୍ତର କରାଯିବ।

ସର୍ଭେରେ ବିମାନ ସେବା ସ୍ୱଭାବିକ ହେବାକୁ ନେଇ ଗୁରୁତ୍ୱ ପ୍ରକାଶ ପାଇଛି। ୨୦୨୧ ପ୍ରାରମ୍ଭରୁ ବିମାନ ସେବା ସ୍ୱାଭାବିକ ହେବାର ଆଶା କରାଯାଇଛି।

ଏଠି କହିରଖିବୁ, ପ୍ରାଇଭେଟ ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ ଏୟାର ଲାଇନ ପରି ସମସ୍ତ ସୁବିଧା ମିଳିବ। ପ୍ରାଭଭେଟ କମ୍ପାନୀ ଟ୍ରେନ୍‌ର ଖର୍ଚ୍ଚ, ଖାଇବା ବ୍ୟବସ୍ଥା, ପରିଚ୍ଛନ୍ନତା, ବିଛଣା  ଆଦି ବ୍ୟବସ୍ଥା କରିବ। ଏଥିସହିତ କମ୍ପାନୀ ଟ୍ରେନ ବଗିର ରକ୍ଷଣାବେକ୍ଷଣ ମଧ୍ୟ କରିବ। ଯାତ୍ରୀ ଭିଡକୁ ଦେଖି ଦିଲ୍ଲୀ  ଏବଂ ମୁମ୍ବାଇ ରୁଟ୍‌ ପାଇଁ ସବୁଠାରୁ ଅଧିକ ଆବେଦନପତ୍ର ମିଳିଛି। ୧୯ କମ୍ପାନୀ ମଧ୍ୟରୁ ସମସ୍ତେ  ମୁମ୍ବାଇ ଏବଂ ଦିଲ୍ଲୀ ରୁଟ୍‌ ପାଇଁ ଯୋଗ୍ୟ ମନୋନୀତ ହୋଇଛନ୍ତି। ଚଣ୍ଡୀଗଡ଼ ଏବଂ ଚେନ୍ନାଇ ରୁଟ୍‌ ପାଇଆ ୪ ଯୋଗ୍ୟ କମ୍ପାନୀ ରହିଛି। ଜୟପୁର ଏବଂ ସିକନ୍ଦରାବାଦା ରୁଟ ପାଇଁ ୯ ଆପ୍ଲିକେସନ ଆସିଛି । ହାଓଡ଼ା, ବେଙ୍ଗାଲୁର ଏବଂ ପାଟ୍‌ନା ରୁଟ ପାଇଁ ୮-୮ କମ୍ପାନୀକୁ ଯୋଗ୍ୟ ମନୋନୀତ କରାଯାଇଛି।

ତେବେ ବଜେଟ ପୂର୍ବରୁ ସଂସଦରେ ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ। ଏଥିରେ କରୋନା ଯୋଗୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ସ୍ୱୀକାର କରିଥିଲେ ଅର୍ଥମନ୍ତ୍ରୀ। ତା ସହିତ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ରେ ଦେଶର ଜିଡିପି ବା ଅଭିବୃଦ୍ଧି ହାର ମାଇନସ ବା ବିଯୁକ୍ତ ୭.୭% ରହିବ ବୋଲି ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ।

ସେହିଭଳି ୨୦୨୦ ଏପ୍ରିଲ-ଜୁନ୍‌ରେ ଦେଶର ଜିଡିପି ବିଯୁକ୍ତ ୨୩.୯% ଓ ଦ୍ୱିତୀୟ କ୍ୱାର୍ଟର୍‌ରେ ମାଇନସ ୭.୫% ରହିଥିଲା। ମାର୍ଚ୍ଚ ୩୧ରେ ଦେଶର ଚଳିତ ଆର୍ଥିକ ବର୍ଷ ଶେଷ ହେବ। ସେତେବେଳକୁ ଦେଶର ଅଭିବୃଦ୍ଧି ହାର ୭.୭% ହ୍ରାସ ପାଇଥିବ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଆସନ୍ତା ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିରେ ସୁଧୁରିବା ସହିତଅଭିବୃଦ୍ଧି ହାର ୧୧% ବଢ଼ିବ। ଅର୍ଥନୀତିକୁ ୨୦୨୧-୨୨ରେ ଟ୍ରାକ୍‌କୁ ଆଣିବା ପାଇଁ ସରକାର ନିଜର ଖର୍ଚ୍ଚ ବୃଦ୍ଧି କରିବେ। ଏକଥା ସର୍ଭେରେ ମଧ୍ୟ ଉଲ୍ଲେଖ କରାଯାଇଛି।

 ତେବେ ଚଳିତ ଥର ଅର୍ଥନୀତିକ ସର୍ଭେ ରିପୋର୍ଟକୁ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ଭେଙ୍କଟ ସୁବ୍ରମଣିଅନଙ୍କ ନେତୃତ୍ୱାଧୀନ ଟିମ୍‌ ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ ଦେଶରେ କରୋନା ପାଇଁ ଟିକାକରଣ ଚାଲିଥିବାରୁ, ଏହାର ସକାରାତ୍ମକ ପ୍ରଭାବ ଦେଶର ଅଭିବୃଦ୍ଧି ଉପରେ ପଡ଼ିବାର ସମ୍ଭାବନା ରହିଛି।

 

You might also like