ପୁଣି ଭୂକମ୍ପରେ ଦୋହଲିଲା ଦିଲ୍ଲୀ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦ୍ଵିତୀୟ ଥର ପାଇଁ ଭୂକମ୍ପରେ ଦୋହଲିଲା ଦିଲ୍ଲୀ। ଆଜି ଅପରାହ୍ଣ ୧:୨୬ ମିନିଟରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ରେକର୍ଡ କରାଯାଇଛି।

ଭୂକମ୍ପର ଗଭୀରତା ୫ କି.ମି. ଥିଲା ବୋଲି National Centre for Seismology ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ।

ସୂଚନାଥାଉ କି, ଗତକାଲି ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଥିଲା।

ଭୂକମ୍ପର କିଛି ମିନିଟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି କହିଥିଲେ, “ଦିଲ୍ଲୀରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଆଶା କରୁଛି ସମସ୍ତେ ସୁରକ୍ଷିତ ଥିବେ। ସମସ୍ତଙ୍କର ସୁରକ୍ଷାକୁ ନେଇ ଭଗବାନଙ୍କ ନିକଟରେ ପ୍ରାଥର୍ନା କରୁଛି।”

You might also like