ଏପ୍ରିଲ ୨୦ରୁ ଅନଲାଇନରେ ଅର୍ଡ଼ର କରିପାରିବେ ସବୁ ଜିନିଷ !

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଗୁଡିକୁ ଏପ୍ରିଲ ୨୦ରୁ ସବୁ ଜିନିଷ ଡେଲିଭରି କରିବା ପାଇଁ ଅନୁମତି ମିଳିପାରେ ବୋଲି ସୂଚନା ମିଳିଛି। ଫଳରେ ଲକଡାଉନକୁ ନେଇ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଖବର ବୋଲି କୁହାଯାଉଛି।

ବର୍ତ୍ତମାନ ଇ-କମର୍ସ କମ୍ପାନୀ ଗୁଡିକୁ କେବଳ ଆବଶ୍ୟକୀୟ ଜିନିଷ ଡେଲିଭରି କରିବା ପାଇଁ ଅନୁମତି ମିଳିଛି

ଏପ୍ରିଲ ୨୦ରୁ ଇ-କମର୍ସ କମ୍ପାନୀ ଗୁଡିକ ଯଥା- Amazon, Flipkart, Snapdeal ଓ PayTM Mall  ପୁଣିଥରେ ସେମାନଙ୍କର ସମସ୍ତ ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚଲାଇ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଜାରି ହେଲା ନୂଆ ଗାଇଡ୍‌ଲାଇନ: ଜାଣନ୍ତୁ କ’ଣ ବନ୍ଦ ରହିବ, କ’ଣ ଖୋଲା ରହିବ

You might also like