ସଟ୍ଡାଉନ୍ ସତ୍ତ୍ୱେ ଗଡ଼ିବ ବସ୍
ଭୁବନେଶ୍ୱର: କରୋନା ସଂକ୍ରମଣ ବଢ଼ିଥିବା ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରତି ଶନିବାର ଓ ରବିବାର ୧୧ ଜିଲ୍ଲାକୁ ସଟ୍ଡାଉନ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ତେବେ ସଟ୍ଡାଉନ୍ ସତ୍ତ୍ୱେ ମଧ୍ୟ ବସ୍ ଚଳାଚଳ କରିବ। ଏହାସହ ପ୍ରାଇଭେଟ୍ ଗାଡ଼ି ଓ ଟ୍ୟାକ୍ସି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ଏୟାରପୋର୍ଟକୁ ଚଳାଚଳ କରିପାରିବ। ଏ ନେଇ ଟ୍ୱିଟ୍ କରି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ଡାଉନ୍ ଘୋଷଣା ହୋଇଛି।
During shut down on week ends in 11 districts the buses and bus stands will remain operational as per orders of SRC vide 3Q5Z/ R&DM(DM), Dt.01-06-2020. The private vehicles, taxis can ply to bus stands, railway stations and airports. pic.twitter.com/cV6gsaASme
— STA Odisha (@STAOdisha) June 4, 2020