ଶତ୍ରୁର ନିଦ ଉଡ଼ାଇ ଦେବ ‘ନାଗ୍‌’

ନୂଆଦିଲ୍ଲୀ: ଭାରତରେ ସେନାବାହିନୀ ଦିନକୁ ଦିନ ଶକ୍ତିଶାଳୀ ହେଉଛି। ଅଧିକରୁ ଅଧିକ ମିସାଇଲ ପରୀକ୍ଷଣ କରୁଛି । ଗୁରୁବାର ପୁଣି ଏକ ଶକ୍ତିଶାଳୀ ମିଶାଇ ‘ନାଗ୍‌’ ର ପରୀକ୍ଷଣ ହୋଇଯାଇଛି। ଡିଆରଡିଓ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ଆଣ୍ଟି ଟାଙ୍କ ଗାଇଡେଡ ମିଶାଇଲ ନାଗର ପରୀକ୍ଷଣ ସଫଳ ହୋଇଛି। ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଐତିହାସିକ ପୋଖରାନରେ ଏହାର ପରୀକ୍ଷଣ ହୋଇଛି ।

ଗତ ଦେଢମାସ ମଧ୍ୟରେ ଡିଆରଡିଓର ଏହା ୧୨ତମ ସଫଳ ମିସାଇଲ ପରୀକ୍ଷଣ। ନାଗ ମିଶାଇଲର ଏହି ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେବା ପରେ ଡିଆରଡିଓକୁ ଶୁଭେଚ୍ଛାର ସୁଅ ଛୁଟୁଛି । ମିଜାଇଲ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଥିବା କହିଛନ୍ତି ଡିଆରଡିଓ ମୁଖ୍ୟ ଜି. ସତୀଶ ରେଡ୍ଡି।

ତେବେ କ’ଣ ଏହି ନାଗ୍‌ର ବିଶେଷତ୍ୱ। ନାଗକୁ ଏମିତି ତିଆରି କରାଯାଇଛି ଯେମିତି ଏହା ଆଧୁନିକ ଯୁଗର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ କିମ୍ବା ଅନ୍ୟ ଭାରୀ ଯୁଦ୍ଧ ଜାହାଜକୁ ନଷ୍ଟ କରିବାର କ୍ଷମତା ରହିଛି।  ଏହାକୁ ଏପରି ପ୍ରସ୍ତୁତ କରାଯାଇଛି ଯେପରି ଭୂମି ଏବଂ ଏୟାର ବେସ୍‌ଡ ପ୍ଲାଟଫର୍ମରେ ଲଞ୍ଚ କରାଯାଇ ପାରିବ। ଅର୍ଥାତ୍‌ ଏହା ଭୂମି ସହ ଆକାଶପଥରେ ମଧ୍ୟ ଲଞ୍ଚ କରି ଶତ୍ରୁର ଟ୍ୟାଙ୍କ ଏବଂ ଯୁଦ୍ଧ ଜାହାଜକୁ ନଷ୍ଟ କରି ପାରିବ।

ଏହାର ୪ଟି ୱିଙ୍ଗ ରହିଛି। ଏହା ଫୋଲ୍‌ଡେବୁଲ୍‌। ଏହାର ଲମ୍ବା ୧.୮୫ ମିଟର, ବ୍ୟାସ-୦.୨୦ ମିଟର। ଓଜନ ପାଖାପାଖି ୪୩ କିଲୋ। ଏହାର ଗତି ୨୪୦ ମିଟର ପ୍ରତି ସେକେଣ୍ଡ ରହିଛି। ରେଞ୍ଜ ୫୦୦ ମିଟରରୁ ୭ କିମି ପର୍ଯ୍ୟନ୍ତ ରହିଛି।  ଏଥିସହିତ ରିୟଲଟାଇମ୍‌ ଇମେଜ ପ୍ରେସସର ଏବଂ  ଏଲଗୋରିଦିମ୍ ରହିଛି  ଯାହା ଲକ୍ଷ୍ୟସ୍ଥଳକୁ ଚିହ୍ନଟ କରିପାରିବ ଏବଂ ଟ୍ରାକିଂ କରିପାରିବ।

 

You might also like