DRDO ପ୍ରସ୍ତୁତ କରୋନା ଔଷଧ 2DGର ମୂଲ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା DRDO ଏବଂ ଅନ୍ୟତମ ସର୍ବବୃହତ ଫାର୍ମା କଂପାନି ଡକ୍ଟର ରେଡିସ୍ ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ଟୁ-ଡିଜି (2DG)ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଗୋଟିଏ ସକେଟ୍ ଟୁ-ଡିଜି ଔଷଧର ଦାମ୍ ୯୯୦ ଟଙ୍କା ରଖିଛି ଡକ୍ଟର ରେଡିସ୍ କଂପାନି । ତେବେ ସରକାରୀ ହସ୍ପିଟାଲ ଦ୍ୱାରା ରିହାତିରେ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ମେ ୧୭ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ଔଷଧର ଶୁଭାରମ୍ଭ କରିଥିଲେ । କରୋନା ବିରୁଦ୍ଧରେ ଏହି ଔଷଧ ଭଲ କାମ କରୁଥିବା ବେଳେ ଶରୀର ପ୍ରତି ସଂପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ ମଧ୍ୟ ହୋଇଛି । ତିନି ପଯର୍ୟାୟ ଟ୍ରାଏଲ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ DCGI ଔଷଧର ବ୍ୟବହାର ଲାଗି ଅନୁମତି ଦେଇଛନ୍ତି ।

ହାଇଦ୍ରାବାଦ୍ର ଡର ରେଡି ଲାବୋରେଟୋରୀ ସହାୟତାରେ DRDO ୨୦୨୦ ମେରୁ ଅକ୍ଟୋବର ଯାଏ ଔଷଧର ମାନବ ପରୀକ୍ଷଣ କରିଥିଲା । ଔଷଧ ମଣିଷ ଶରୀର ପ୍ରତି ସଂପୂର୍ଣ୍ଣ ନିରାପଦ ହୋଇଥିବା ବେଳେ ଭୂତାଣୁ ବିରୁଦ୍ଧରେ ମଧ୍ୟ ଭଲ କାମ କରୁଥିବା ନଜରକୁ ଆସିଥିଲା । ଦେଶର ୧୧ଟି ହସପିଟାଲରେ ଏହି ପରୀକ୍ଷଣ କରାଯାଇଥିଲା । ଅନ୍ୟପକ୍ଷରେ ଦେଶର ବିଭିନ୍ନ ହସପିଟାଲରେ ଚିକତ୍ସିତ ୨୨୦ କରୋନା ଆକ୍ରାନ୍ତଙ୍କ ଉପରେ ହୋଇଥିବା ତୃତୀୟ ପଯର୍ୟାୟ ପରୀକ୍ଷଣରୁ ସନ୍ତୋଷଜନକ ପରିଣାମ ମିଳିଥିଲା । ଏହା ପରେ ଗତ ୧ ତାରିଖରେ ଔଷଧର ବ୍ୟବହାର ଲାଗି DCGI ଅନୁମତି ଦେଇଥିଲେ।

You might also like