ସାବରମତୀ ଆଶ୍ରମରେ ଚରଖା ଚଲେଇଲେ ଟ୍ରମ୍ପ

ଅହମଦାବାଦ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ବାହାରି ଟ୍ରମ୍ପ ସାବରମତୀ ଆଶ୍ରମରେ ପହଞ୍ଚି ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ଭିଜିଟର ବୁକ୍‌ରେ ନିଜର ବାର୍ତ୍ତା ଲେଖିଥିଲେ ଡୋନାଲ୍ଡ ଟ୍ରମ୍ପ। ପରେ ଟ୍ରମ୍ପ ପତ୍ନୀ ମେଲାନିଆଙ୍କ ସହ ଗାନ୍ଧିଜୀଙ୍କ ଚରଖା ଚଲେଇଥିଲେ। ଚରଖା ଚଲାଇବା ସମୟରେ ଟ୍ରମ୍ପ ଅନେକ କଥା ପଚାରି ବୁଝୁଥିଲେ ଏବଂ ଚରଖା ବିଷୟରେ ଶୁଣି ଖୁସି ହେଉଥିଲେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉପସ୍ଥିତ ଥିଲେ। ଟ୍ରମ୍ପ ସାବରମତୀ ଆଶ୍ରମ ପହଞ୍ଚିବା ବାଟରେ ରାସ୍ତାର ଦୁଇ ପାର୍ଶ୍ୱରେ ଭରପୁର ଜନତା ହାତ ହଲାଇ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ। ଟ୍ରମ୍ପ ମଧ୍ୟ ହାତ ହଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ।

ସାବରମତି ଆଶ୍ରମର ଭିଜିଟର ଖାତାରେ ଟ୍ରମ୍ପ ଲେଖିଛନ୍ତି-‘ ମୋର ମହାନ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦି, ଏହି ସୁନ୍ଦର ଭ୍ରମଣ ପାଇଁ ଧନ୍ୟବାଦ।’ ଏହାପରେ ପତ୍ନୀଙ୍କ ସହ ଟ୍ରମ୍ପ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସେଠାରେ ଗାନ୍ଧିଙ୍କ ତିନି ମାଙ୍କଡକୁ ଦେଖିଥିଲେ ଟ୍ରମ୍ପ। ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧିଙ୍କ ତିନିମାଙ୍କଡଙ୍କ ଆଦର୍ଶ ‘ ଖରାପ କହିବୁନି, ଖରାପ ଶୁଣିବୁନି, ଖରାପ ଦେଖିବୁନି’ ଟ୍ରମ୍ପଙ୍କୁ ବୁଝାଇ କହିଥିଲେ।

ଆହୁରି ପଢ଼ନ୍ତୁ

‘ଏପ୍ରିଲ ଫୁଲ୍‌’ କରିବାକୁ ଯାଇ କରନ୍ତୁ ନାହିଁ ଏମିତି ଭୁଲ, ନ ହେଲେ…

ସାରା ବିଶ୍ୱରେ ୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଓଡିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ

କରୋନାରେ ଆକ୍ରାନ୍ତ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ

ବୁଲୁଥିଲେ, ବାରଣ କରିବାରୁ ପୁଲିସକୁ ପିଟିଲେ ଯୁବକ

ସ୍ୱାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ ହେଲା କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର

ଲକଡାଉନ ଘୁଞ୍ଚିବାକୁ ନେଇ ଏମିତି କହିଲେ କ୍ୟାବିନେଟ୍ ସଚିବ

ଭାରତରେ ୧୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୯ ମୃତ

କରୋନା ଚିନ୍ତାରେ ଏମିତି ଚରମ ନିଷ୍ପତ୍ତି ନେଲେ ଜର୍ମାନ ମନ୍ତ୍ରୀ

ଦିଲ୍ଲୀରୁ ୨୦୦ କି.ମି. ଚାଲିଚାଲି ଘରକୁ ଫେରୁଥିଲେ ରଣବୀର, ବାଟରେ ଚାଲିଗଲା ଜୀବନ

କରୋନା ନେଲା ସ୍ପେନ ରାଜକୁମାରୀଙ୍କ ଜୀବନ

୨୪ ଘଣ୍ଟାରେ ୬ ଜୀବନ ନେଲା କରୋନା

You might also like