ଡାକ୍ତରୀ ଟିମ, ପୁଲିସ ଉପରେ ଆକ୍ରମଣ

ମୋରଦାବାଦ: କରୋନା ସନ୍ଦିଗ୍ଧଙ୍କୁ ଆଣୁ ଥିବାବେଳେ ଡାକ୍ତରୀ ଟିମ ଓ ଅନ୍ୟ ମେଡିକାଲ ଷ୍ଟାଫଙ୍କୁ ଲୋକଙ୍କ ଆକ୍ରମଣଏଥିରେ ଡାକ୍ତର ଓ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ମୋରଦାବାଦରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ମୋରଦାବାଦର ନୱାବ ପୁରା କଲୋନୀରେ କରୋନା ସନ୍ଦିଗ୍ଧ ଥିବା ଜଣାପଡ଼ିବା ପରେ ଡାକ୍ତରୀ ଟିମ ସେମାନଙ୍କୁ ଆଣିବା ପାଇଁ ଯାଇଥିଲା। ହେଲେ ଏହି ସମୟରେ ସ୍ଥାନୀୟ ଲୋକମାନେ ଡାକ୍ତରୀ ଟିମକୁ ପଥର ମାଡ଼ କରିଥିଲେ। ପୁଲିସ୍ ସେମାନଙ୍କୁ ଉଦ୍ଧାର ପାଇଁ ଯିବା ବେଳେ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ଏନଏସଏ ତଦନ୍ତ ଦେଇଛନ୍ତି।

You might also like