ପୁଣି ଜଣେ ଡାକ୍ତର କରୋନା ଆକ୍ରାନ୍ତ, ହସ୍‌ପିଟାଲ ବନ୍ଦ କଲା ପ୍ରଶାସନ

ନୂଆଦିଲ୍ଲୀ: ଦିଲ୍ଲୀର  ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସଂପୃକ୍ତ ସରକାରୀ ହସ୍ପିଟାଲକୁ ଦିଲ୍ଲୀ ରାଜ୍ୟ ସରକାର ବନ୍ଦ କରି ଦେଇଛନ୍ତି।  ଏହାପରେ ହସ୍ପିଟାଲରେ ସାନିଟାଇଜେସନ କାର୍ଯ୍ୟ ଚାଲିଛି ।

ଦିଲ୍ଲୀ କ୍ୟାନସର ଇନଷ୍ଟିଚ୍ୟୁଟର ଡାକ୍ତର ଜଣକ ନିଜ ଶଳା ଓ ଶଳା ଭାଉଜଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।ସଂପୃକ୍ତ ଡାକ୍ତରଙ୍କ ୨ ସଂପର୍କୀୟ ଲଣ୍ଡନରେ ରହୁଥିଲେ॥ କିଛିଦିନ ପୂର୍ବରୁ ସେ ଭାରତ ଫେରିବା ପରେ ଡାକ୍ତର ତାଙ୍କ ଘରକୁ ଯାଇଥିଲେ ।

ତେବେ ଡାକ୍ତରଙ୍କ ସଂସ୍ପର୍ଶରେ ଯେତେଜଣ ଆସିଥିଲେଅ  ସେମାନଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି । ଦିଲ୍ଲୀରେ ଏ ଯାଏ ୧୨୦ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ମୋହଲ୍ଲା କ୍ଲିନିକରେ କାମ କରୁଥିବା ଡାକ୍ତର ଦଂପତିଙ୍କଠାରେ କରୋନା ପଜିଟିଭ୍ ଆସିଥିଲା।

You might also like