ଭିତରେ ବୈଠକ ବାହାରେ ବିକ୍ଷୋଭ; କଂଗ୍ରେସର କେଉଁ ନେତାଙ୍କ ପ୍ରତି ଅଛି ବିପଦ ?

ଭୁବନେଶ୍ୱର: ଯେତେ ପ୍ୟାଚ୍‌ ପକାଇଲେ ବି ରାଜ୍ୟ କଂଗ୍ରେସର କଳି ପଦାକୁ ଆସୁଛି। ଦଳରେ ଯେମିତି ସବୁକିଛି ଠିକ୍ ନାହିଁ ଥାହା ସ୍ପଷ୍ଟ ଜଣାପଡ଼ୁଛି। କଂଗ୍ରେସ ଭବନ ଭିତରେ ନେତାଙ୍କ ମଧ୍ୟରେ କଥା କଟାକଟି, ବାହାରେ ବିକ୍ଷୋଭ ପିସିସି ସଭାପତି ପରିବର୍ତ୍ତନ ଦାବିରେ ଆଜି ଦିନ ତମାମ ଦେଖିବାକୁ ମିଳିଥିଲା ଏଭଳି ଚିତ୍ର। ତେବେ ସବୁଠୁ ରୋଚକ ଦୃଶ୍ୟ ଥିଲା ଦଳୀୟ ଅଫିସରେ ବାଉନସର ମୃତୟନ ହେବା। କେଉଁ ନେତାଙ୍କୁ କାହାଠାରୁ ବିପଦ ଥିଲା, କାହାକୁ ସୁରକ୍ଷା ଦେବା ପାଇଁ ପାର୍ଟି ଅଫିସକୁ ଆସିଥିଲେ ବାଉନ୍ସର ତାହା କେହି କହିନଥିଲେ ବି ନିରଂଜନଙ୍କ ସମର୍ଥକ ଏ ଆୟୋଜନ କରିଥିବା ଚର୍ଚ୍ଚା ହେଉଥିଲା।

ତାସହିତ ଗୋଟିଏ କଥା ସ୍ପଷ୍ଟ ବୁଝାପଡୁଥିଲା ଯେ ଦଳରେ ୧୯ ନିର୍ବାଚନରେ ବିପର୍ଯ୍ୟୟ ପରେ ମଧ୍ୟ ଗୋଷ୍ଠୀ କନ୍ଦଳରୁ ଉପରକୁ ଉଠିପାରୁନି। କଂଗ୍ରେସ ପୁଣି ଗତ ନିର୍ବାନରେ ଦଳର ବିଫଳତାର ସମୀକ୍ଷା ଲାଗି ଆସିଥିବା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏସବୁ ଘଟଣା ଘଟିଥିଲା।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସପକ୍ଷବାଦୀ ଓ ବିପକ୍ଷୋବାଦୀଙ୍କ ମଧ୍ୟରେ ସାରା ଦିନ ଛକାପଞ୍ଝା ଲାଗି ରହିଥିଲା। କିଛି ଗୋଷ୍ଠୀ ନିରଞ୍ଜନକୁ ବିଦା କରିବା ଲାଗି ଦାବି ରଖିଥିବା ବେଳେ ଆଉ କିଛି ତାଙ୍କ ସପକ୍ଷରେ  ସ୍ଲୋଗାନ ଦେଇଥିଲେ। ସେପଟେ ତାଙ୍କୁ ଦୁବର୍ୟବହାର କରାଯାଇଥିବା ଅଭିଯୋଗ ଆାଣି କଂଗ୍ରେସ ଭବନ ବାହାରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ ପୂର୍ବତନ ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ।

ଗଣତାନ୍ତ୍ରିକ ଦଳରେ ବିରୋଧ ପ୍ରଦର୍ଶନ ଲାଗି କାହାକୁ ମନା ନାହିଁ ବୋଲି ନିରଞ୍ଜନ କହିଥିବା ବେଳେ ବିଶୃଙ୍ଖଳାକାରୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ।

ପିସିସି କମିଟି ଓ ଜିଲା ସଭାପତି ଚୟନ ନେଇ କେନ୍ଦ୍ରୀୟ ନେତା ରାଜ୍ୟ ନେତାଙ୍କ ସହ ବିଚାରବିମର୍ଶ କରିଛନ୍ତି।  ତେବେ ଉତ୍କଟ ଗୋଷ୍ଠୀ କନ୍ଦଳ ଭିତରେ ଏ ପ୍ରକ୍ରିୟା କେମିତି ପୂରଣ ହେବ ତାକୁ ନେଇ ଏବେ ପ୍ରଶ୍ନ।

You might also like