ଏମାନେ ଆଖି ବନ୍ଦ ରଖିଲେ ବି ସବୁ ଦେଖିପାରନ୍ତି

କାମାକ୍ଷାନଗର(ବିଦ୍ୟାଧର ବରାଳ): ବିସ୍ମୟ ଭାଇ ଭଉଣୀ। ଆଖି ବନ୍ଦକରି କରୁଛନ୍ତି କରିସ୍ମା। ବନ୍ଦ ଆଖିରେ ପଢି ପାରୁଛନ୍ତି ବହି ଏବଂ ଏଟିଏମ କାର୍ଡ ନମ୍ବର। ଢ଼େଙ୍କାନାଳ ଭୁବନର ବିସ୍ମୟ ଭାଇ ଭଉଣୀ ରଶ୍ମିରଂଜନ ଓ ନିବେଦିତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଏହି ଦୁଇ ଜଣଙ୍କୁୁ ଦେଖିବା ପାଇଁ ଏବେ ଲୋକମାନେ ଲମ୍ବା ଲାଇନ୍ ଲଗାଇଛନ୍ତି।

ଆଖିରେ ବନ୍ଧା ହୋଇଛି କପଡା ତଥାପି ବହି ପଢି ପାରୁଛନ୍ତି, ରଙ୍ଗ କହି ପାରୁଛନ୍ତି। ଏହି ଭାଇ ଉଭଣୀ କଥା ଟା ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ୍ୟ। ଢେଙ୍କାନାଳ ଭୁବନର ଏହି ଦୁଇ ଜଣ ଭାଇ ଭଉଣୀଙ୍କ ନେଇ ଏବେ ଚର୍ଚ୍ଚା। ଭୁବନ ବିନାୟକ ଇଂଲିଶ ମିଡିୟମରେ ପଢନ୍ତି। ଭଉଣୀ ନିବେଦିତା ଭାଇ ରଶ୍ମିରଂଜନ ଷ୍ଟାଣ୍ଡାର୍ଡ ୨ ରେ ପଢୁଛନ୍ତି। ପିଲାଦିନେ ସାଙ୍ଗ ମାନଙ୍କ ସହ ଲୁଚକାଳି ଖେଲିବା ସମୟରେ ନିବେତିକା ଆଖି ବନ୍ଦ କରି ସବୁ ବାରି ପାରୁଥିଲେ। ଏକଥା ଘର ଲୋକଙ୍କୁ ଜଣାଇବା ପରେ ପ୍ରଥମେ କଥାକୁ କେହିି ବିଶ୍ୱାସ କରୁନଥିଲେ। ପରେ ପିଲାଙ୍କର ଏହି ସ୍ୱତନ୍ତ୍ର କଳା ଦେଖି ବାପା ମାଆ ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

ତେବେ ନିବେଦିତା କହିଛନ୍ତି ଯେ, ଆମେ ଯେତେବେଳେ ଲୁଚକାଳି ଖେଳୁ ସେତେବେଳେ ମୋର ଆଖି ବନ୍ଦଥାଏ। ଏକଥା ମୁଁ ବି ଜାଣେ କିନ୍ତୁ ଖେଳ ସମୟରେ ସମସ୍ତଙ୍କୁ ଛୁଇଁଦିଏ। ଏହି କଥା ବାରମ୍ବାର ହେବା ପରେ ସେମାନେ ମୋ ବାପା ଓ ମାଆଙ୍କୁ କହିଲେ। ପରେ ଘରେ  ଜଣେ ସାର୍‌ଙ୍କୁ ଖୋଜି ଆମକୁ ଶିକ୍ଷା ଦେଲେ।

ସେପଟେ ରଶ୍ମିରଂଜନ କହିଛନ୍ତି ଯେ, ମୋ ଆଖିରେ ପଟି ବାନ୍ଧିଲା ପରେ ମୁଁ ସବୁ ଦେଖିପାରୁଛି। ସମସ୍ତଙ୍କୁ ଭଲରେ ଚିହ୍ନିପାରୁଛି। ସମସ୍ତଙ୍କର ଆଖି ଅଛି କିନ୍ତୁ ମୋ ଆଖି ବନ୍ଦଥିବା ଜିନିଷ ଦେଖିପାରୁଛି ତେଣୁ ଏହାକୁ ମୁଁ ମୋର ତୃତୀୟ ନୟନ ବୋଲି ଭାବୁଛି। ଏହାକୁ ନେଇ ମୁଁ ଖୁସୀ ଅଛି ବୋଲି ସେ କହିଛନ୍ତି।

ଏବେ ଏହି ଦୁଇ ଭାଇ ଭଉଣୀ ଆଖି ବନ୍ଦ କରି ପ୍ରାୟ ଜିନିଷର ସଠିକ୍ ଉତ୍ତର ଦେଇପାରୁଛନ୍ତି। ତାସ୍ କେଉଁ ରଙ୍ଗର ଆଖି ବନ୍ଦକରି ଅକ୍ଷର ମଧ୍ୟ ଚିହ୍ନିପାରୁଛନ୍ତି ଏହି ଭାଇ ଭଉଣୀ। ଦୁଇ ଜଣଙ୍କର ଏହି ସ୍ୱତନ୍ତ୍ର କଳା ପାଇଁ ବିଭିନ୍ନ ମହଲରୁ ତାଙ୍କର ଭୁରି ଭୁରି ପ୍ରଶଂସା ହେଉଛି। ଅନ୍ୟ ପିଲାଙ୍କ ଭଳି ତାଙ୍କର ସ୍ୱାଭାବିକ ଆଚରଣ ରଖୁଥିବା ଦୁଇଜଣଙ୍କ ପାଇଁ ତାଙ୍କ ବାପା ମାଆ ବେଶ୍ ଗର୍ବିତ ଥିବା କହିଛନ୍ତି।

You might also like