“ମୋଦିଙ୍କ ନେତୃତ୍ୱରେ ସଫା ହେବ କରୋନା”

ଭୁବନେଶ୍ୱର: କରୋନା ମହାମାରୀ ବିରୋଧରେ ମାନବତାର ଲଢେଇରେ ଆଜିର ଦିନ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ଇତିହାସ ପାଇଁ ଏକ ଅଭୂତପୂୂର୍ବ କ୍ଷଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱରେ କରୋନାକୁ ସମାପ୍ତ କରିବା ପାଇଁ ଆଜି ଦୁନିଆର ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଥିବା ଟ୍ୱିଟ୍ କରିଛନ୍ତି ଧର୍ମେନ୍ଦ୍ର ।

ଏହାସହ ସଙ୍କଟକୁ ସୁଯୋଗରେ ପରିଣତ କରିବା ସହ ଭାରତ ସ୍ୱଦେଶୀ ଟିକା ପ୍ରସ୍ତୁତ କରି ସମଗ୍ର ବିଶ୍ୱ ସାମ୍ନାରେ ନିଜର ସାମର୍ଥ୍ୟ ଏବଂ ଅପାର ଶକ୍ତିର ପରିଚୟ ଦେଇଛି। ଆତ୍ମନିର୍ଭର ଭାରତର ସବୁଠୁ ବଡ ଅଧ୍ୟାୟ ଲେଖିଛି ଦେଶ। ତେବେ ଏହି ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତେବେ ସାରା ଦେଶରେ ଆଜିଛୁ ଆରମ୍ଭ ହୋଇଛି ଟିକାଦାନ ପ୍ରକ୍ରିୟା। ଏପଟେ, ରାଜ୍ୟରେ କରୋନା ଟିକାକରଣ ନେଇ ଫିଡବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନସିଂ ଜରିଆରେ ବିଭିନ୍ନ ହସ୍ପିଟାଲରୁ ଫିଡବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ। କ୍ୟାପିଟାଲ ହସ୍ପିଟାଲରେ ପ୍ରଥମେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ବି ହେଲେ। ବ୍ରହ୍ମପୁର ସିଟି ହସ୍ପିଟାଲରେ ପ୍ରଥମେ ଟିକା ନେଇଥିବା ଡାକ୍ତର ତାଙ୍କ ଅନୁଭୂତି ମଧ୍ୟ କହିଥିବା ନେଇ ସୂଚନା ରହିଛି। ତେବେ ଫିଡବ୍ୟାକ୍ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଥିଲେ। କହିଛନ୍ତି, ଗତ ୧୦ ମାସ ହେଲା ଆମ କୋଭିଡ଼ ଯୋଦ୍ଧାମାନେ ସଂଗ୍ରାମ କରୁଛନ୍ତି। ଆପଣମାନଙ୍କ ତ୍ୟାଗ ଆମେ କେବେ ଭୁଲି ପାରିବୁ ନାହିଁ ବୋଲି ସେ କହିଛନ୍ତି। ଏହାସହ ଟିକାକରଣ ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟରେ୧୧ଟା ୦୫ରୁ କରୋନା ଟିକାକରଣ ଆରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ଜଣେ ୪ର୍ଥ ଶ୍ରେଣୀର କର୍ମଚାରୀ ଟିକା ନେଇଛନ୍ତି । ବିରଞ୍ଚି ନାଏକ ନାମକ ସଫେଇ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏବଂ ତା’ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ନେଇଛନ୍ତି କରୋନା ସଞ୍ଜିବନୀ । କୋଭିଡ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ରାଜ୍ୟବାସୀ ଉପନୀତ ହୋଇଥିବା ବେଳ ୧୬୧ଟି କେନ୍ଦ୍ରରେ ୧୬ ହଜାର ୧୦୦ ଜଣଙ୍କୁ ଆଜି ଟିକା ଦିଆଯିବାର ଯୋଜନା ରହିଛି । ସେହିପରି  ୨୫ ତାରିଖ ଭିତରେ ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି ।

You might also like