ଆଜି ପୌଷ ପୂର୍ଣ୍ଣିମା ; ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନା ବେଶ

ଆଜି ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥିଲା ଶ୍ରୀଜୀଉଙ୍କ ସୁନା ବେଶ। ମହଣ ମହଣ ସୁନାରେ ବିଭିନ୍ନ ଆଭୂଷଣରେ ସଜ୍ଜିତ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ।

ସେପଟେ ପୌଷ ପୂର୍ଣ୍ଣିମା ଅବସରରେ ପରମ୍ପରା ମୁତାବକ, ଶ୍ରୀନଅରରେ ଗଜପତିଙ୍କ ରାଜ୍ୟାଭିଷେକ ନୀତି ପାଳିତ ହୋଇଥାଏ। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ପୁଷପୁନି। ପିଲା ଠାରୁ ବୟସ୍କ ସମସ୍ତେ ଖିଆପିଆ ସହ ନାଚଗୀତ ଆସରର ମଜା ଉଠାଇଛନ୍ତି।

ପୌଷ ପୂର୍ଣ୍ଣିମା ଅବସରରେ ଆଜି ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଗୋବର୍ଦ୍ଧନ ମଠ ପକ୍ଷରୁ ଅନୁଷ୍ଠିତ ହେଉଛି ସମୁଦ୍ର ଆଳତି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ସହ ବହୁ ସାଧୁସନ୍ଥ, ମଠାଧୀଶ ଓ ବ୍ରାହ୍ମଣ ପ୍ରମୁଖ ମହୋଦଧି ଆଳତୀରେ ସାମିଲ ହୋଇଛନ୍ତି।

ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତିଦିନ ସମୁଦ୍ର ଆଳତୀ କରାଯାଉଥିଲେ ବି ପୌଷ ପୂର୍ଣ୍ଣିମାରେ ମହାଆଡ଼ମ୍ବରରେ ମହୋଦଧି ଆଳତୀ ଅନୁଷ୍ଠିତ ହେଉଛି।

You might also like