ସବୁଠୁ ହତାଶ ହେବା ପରେ ଚାଇନାର ଶରଣ ପଶିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏବେ ନୂଆଦିଲ୍ଲୀ ଉପରେ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଛି।

ପାକିସ୍ତାନ ଏକାକୀ ଭାରତର କିଛି କ୍ଷତି କରିପାରିବ ନାହିଁ ବୋଲି ଇମ୍ରାନ୍‌ ଖାନ୍‌ ସରକାର ଭଲ ଭାବେ ଜାଣିଛନ୍ତି। ତେଣୁ ଚାଇନା କାନ୍ଧରେ ବନ୍ଧୁକ ଥୋଇ ପାକିସ୍ତାନ ପଡ଼ୋଶୀ ଭାରତ ଉପରେ ଗୁଳି ଚଳାଇବାକୁ ଯୋଜନା କରିଛି। ଜମ୍ମୁ-କଶ୍ମୀରରେ ସାହାଯ୍ୟ କରିବାକୁ ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଚାଇନାର ଶରଣ ନେଇଛନ୍ତି।

କୁରେଶୀ ଆଜି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ କୁରେଶୀ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଛଡ଼ା ଆଉ କୌଣସି କଥା ଉଠାଇ ନାହାନ୍ତି। ଚାଇନା ଗସ୍ତ ପୂର୍ବରୁ କୁରେଶୀ ଗଣମାଧ୍ୟମକୁ କହିଥିଲେ ଯେ “ଭାରତ ସରକାର ଆଞ୍ଚଳିକ ଶାନ୍ତିକୁ ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି।

ଭାରତ ଅସାମ୍ବିଧାନିକ ଢଙ୍ଗରେ ନିଷ୍ପତ୍ତି ନେଇଛନ୍ତି। ଆମେ ଚାଇନା ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଇବୁ। ଚାଇନା କେବଳ ଆମର ବନ୍ଧୁ ନୁହେଁ, ସମଗ୍ର ଏସିଆରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଓ ଶକ୍ତିଶାଳୀ ରାଷ୍ଟ୍ର। ଭାରତର ସରକାର ଜମ୍ମୁ-କଶ୍ମୀରରେ ଯେଉଁଭଳି ଅସାମ୍ବିଧାନିକ ପଦକ୍ଷେପ ନେଇଛି, ସେ ସମ୍ପର୍କରେ ମୁଁ ଚାଇନାର ଅଧିକାରୀଙ୍କୁ ଜଣାଇବି। ଏଥିସହ କଶ୍ମୀରରେ ଚାଲିଥିବା ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କରେ ମଧ୍ୟ ଚାଇନା ନେତୃବୃନ୍ଦଙ୍କ ସହ କଥା ହେବି।”

ଆହୁରି ପଢ଼ନ୍ତୁ

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଇଞ୍ଜିନିୟର୍ସ ଡେ’ରେ ଇଞ୍ଜିନିୟରଙ୍କୁ ପିଟିପିଟି ମାରିଦେଲେ

ରାଗିଗଲେ ସାର୍‌; ଛାତ୍ରଛାତ୍ରୀଙ୍କଠାରୁ ଛଡ଼ାଇ ଆଣି ହାତୁଡ଼ିରେ ପିଟି ଭାଙ୍ଗିଦେଲେ ୧୬ ମୋବାଇଲ୍

ଏକଚାଟିଆ ନିଷ୍ପତ୍ତି କେବେ ବି ସଂଘୀୟ ନୀତି ପ୍ରତି ଭଲ ନୁହଁ: ମନମୋହନ ସିଂହ

ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ ; ନିସ୍ତୁକ ପିଟିଲେ ଲୋକେ

ଗିରଫ ହୋଇପାରନ୍ତି ପୂର୍ବତନ ପୁଲିସ କମିଶନର ରାଜୀବ କୁମାର!

ନେତାଙ୍କୁ କଣ ଆଇନ୍ ମାଫ୍ ? ଲୋକସେବା ଭବନରେ ନୂଆ ଟ୍ରାଫିକ୍ ନିୟମକୁ ଫୁ

ପୁଲିସ ହେବ ତ ଏମିତି ; ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ପହଞ୍ଚାଇଲେ ଏସ୍‌ପି

ବିଲରୁ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ଏୟାରସେଲ-ମ୍ୟାକ୍ସିସ୍ କେସ୍‌ର ଶୁଣାଣି

ପରଲୋକରେ ଜିମ୍ବାୱେ ପ୍ରତିଷ୍ଠାତା ରବର୍ଟ ମୁଗାବେ

ଦଇତାପତି ନିଯୋଗର ନିବେଦନ-‘ସହମତି ଭିତ୍ତିରେ ଉଚ୍ଛେଦ କରାଯାଉ’,

You might also like