ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀମାନେ ଭେଟିପାରୁ ନାହାନ୍ତି, ବିଧାୟକଙ୍କ କଥା ପଚାରେ କିଏ: କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶାରେ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁ ନାହାନ୍ତି। ବିଧାୟକ ତଥା ଅନ୍ୟ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ପଚାରେ କିଏ। ଓଡ଼ିଶାରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି କହିଛନ୍ତି କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ଡକ୍ଟର ଚେଲା କୁମାର।

ଆଜି କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ଡକ୍ଟର ଚେଲା କୁମାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ଯେ ଓଡ଼ିଶାରେ ଗଣତନ୍ତ୍ର ନିଖୋଜ ହୋଇଯାଇଛି। ଓଡ଼ିଶାରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଓଡ଼ିଶାରେ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁ ନାହାନ୍ତି। ବିଧାୟକ ତଥା ଅନ୍ୟ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ପଚାରେ କିଏ।

ଜେବି ପଟ୍ଟନାୟକଙ୍କ ସମୟରେ ହଜାରେ ଦିନରେ ହଜାରେ ଶିଳ୍ପ ହୋଇଥିଲା।କିନ୍ତୁ ବିଗତ ୨୦ ବର୍ଷ ହେଲାଣି ରାଜ୍ୟରେ ଶିଳ୍ପାୟନ ବାଟବଣା, ଅନେକ ଶିଳ୍ପ ବନ୍ଦ ହୋଇ ପଡ଼ିରହିଛି। ଯାହା କିଛି ଶିଳ୍ପ ଚାଲିଛି ସେଥିରେ ହୋଟେଲ ଶିଳ୍ପ ସର୍ବାଧିକ। ରାଜ୍ୟରେ ପ୍ରତିଷ୍ଠା ସମସ୍ତ ବୃହତ୍ତ ଶିଳ୍ପ କଂଗ୍ରେସ ସମୟରେ ହିଁ ହୋଇଥିଲା ବୋଲି ଚେଲା କୁମାର କହିଛନ୍ତି।

You might also like