ନୂଅା ଦଳ ନେଇ କାର୍ଡ ଖୋଲିଲେ ଦାମ, ପୁଣି ପାଣ୍ଡିଆନ୍‌ଙ୍କୁ ମାରିଲେ ପିନ୍‌

ଭୁବନେଶ୍ୱର: ନୂଅା ଦଳ ନେଇ କାର୍ଡ ଖୋଲିଛନ୍ତି ଆଉବିଧିବଦ୍ଧ ଖୁଲାସା କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ନୂଅା ଦଳ ବିଜୁଙ୍କ ନାଁରେ ହେବ ବୋଲି ସ୍ପଷ୍ଟ କରିଛନ୍ତି ଦାମ। ବର୍ତ୍ତମାନର ବିଜେଡିରେ ନକଲି ବିଜୁ ଅନୁଗାମୀ ଥିବା ବେଳେ ତାଙ୍କ ନୂଅା ଦଳରେ ଅସଲ ବିଜୁ ପ୍ରେମୀ ରହିବେ ବୋଲି କହି ଅାଜି ପୁଣି ଦଳ ଓ ସରକାରଙ୍କ ଉପରେ ବର୍ଷିଛନ୍ତି ଦାମ ରାଉତ। ତେବେ ନୂଅା ଦଳରେ କେଉଁ ବିଜୁ ଅନୁଗାମୀ ରହିବେ ତାହା ସ୍ପଷ୍ଟ କରି ନଥିଲେ ବି ମାସ ଶେଷବେଳକୁ ଦଳ ବାସ୍ତବ ରୁପ ନେବ ବୋଲି କହିଛନ୍ତି ଦାମ।

ତାଙ୍କ ସହ ଦଳରେ କିଏ ରହିବେ ତାହା ସ୍ପଷ୍ଟ କରି ନଥିଲେ ବି ଅନେକ ବିଜୁପ୍ରେମୀ ତାଙ୍କ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ଦାମ। ଦଳର ନାଁ କଣ ରହିବ ତାହା ନେତା ବସି ଚୂଡାନ୍ତ କରିବେ ବୋଲି ସେ ସୂଚନା ଦେଇଥିଲେ ବି ଚର୍ଚ୍ଚା ହେଉଛି, ବିଜୁ କ୍ରାନ୍ତି ଦଳ ବା ତୃଣମୁଳ ବିଜୁ ଜନତା ଦଳ ପରି କିଛି ନାଁକୁ ବାଛି ପାରନ୍ତି ଦାମ।

ଗତକାଲି ଦାମ କହିଥିଲେ ନୂଅା ଦଳ ପାଇଁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ରାଜି ଅଛନ୍ତି, ହେଲେ ବିଜୟ ମହାପାତ୍ର ଧରାଛୁଅାଁ ଦେଉନାହାଁନ୍ତି, ଅାଉ ସେ ଦିଲ୍ଲୀପ ରାୟଙ୍କୁ ଯୋଗାଯୋଗ କରିନାହାଁନ୍ତି। ବିଜୁ ଲିଗାସିର ଅନେକ ନେତା ଦାମଙ୍କ ସହ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି।

ଦାମ ଆହୁରି କହିଛନ୍ତି, ପ୍ରଫୁଲ୍ଲ ଘଡ଼େଇଙ୍କୁ କିଛି ଲୋକ ଯୋଗାଯୋଗ କରିବା ପରେ ପ୍ରଥମେ ସେ ନୂଅା ଦଳ ପାଇଁ ରାଜି ହୋଇଥିଲେ ବି ପରେ ପାଣ୍ଡିଅାନଙ୍କ ଟେଲିଫୋନ ପାଇ ଭୟଭୀତ ହୋଇ ମନା କରିଥିଲେ। ତେବେ ଏ ନେଇ ଘଡ଼େଇଙ୍କ ପ୍ରତିକ୍ରିୟା ମିଳିପାରିନି। ସେପଟେ ବିଜୟ ମହାପାତ୍ର କହିଛନ୍ତି ୨ ମାସ ଭିତରେ ରାଜ୍ୟ ରାଜନୀତିରେ କିଛି ବଡ଼ ପରିବର୍ତ୍ତନ ହୋଇପାରେ।

ତେବେ ଦାମଙ୍କ ନୂଅା ଦଳ ନେଇ ବିଜେଡି ନେତା ଶରତ କର କହିଛନ୍ତି ତାଙ୍କ ସହ ଦାମ ଏ ନେଇ କଥା ହୋଇନାହାଁନ୍ତି କି ସେ ନୂଅା ଦଳକୁ ଯିବେନାହିଁ। ତେବେ ସେ ବିଜେଡିରେ ଟେକ୍ନିକାଲି ଥିଲେ ବି ପ୍ରାକ୍ଟିକାଲି ନଥିବାରୁ ସେ ପରାମର୍ଶ ଦେବାରେ ଅସୁବିଧା ନାହିଁ ବୋଲି କହିଛନ୍ତି। ଏପଟେ ବିଜେଡି କହିଛି ଦାମଙ୍କ ନୂଅା ଦଳର ଚିନ୍ତା ଏକ ବାଚାଳାମୀ।

ଅାଞ୍ଚଳିକ ଦଳ ଭାବେ ବିଜେଡି ୧୯୯୭ରେ ଗଠନ ପରେ ରାଜ୍ୟ ରାଜନୀତରେ ଅନେକ ଅାଂଚଳିକ ଦଳ ମୁଣ୍ଡ ଟେକିଛି କିନ୍ତୁ ବିଜେଡି ବ୍ୟତୀତ କେହି ସଫଳତାର ସ୍ୱାଦ ଚାଖିନାହାଁନ୍ତି। ଏବେ ପ୍ରଶ୍ନ ବିଜୁଙ୍କ ନାଁରେ ଦାମଙ୍କ ନୂଅା ଦଳ ଅାଗାମୀ ଦିନରେ ବିଜେଡିକୁ କିଭଳି ଟକ୍କର ଦେଉଛି।


ଅନ୍ୟପଟେ ନୂଆ ଦଳ ଗଠନ ନେଇ ବରିଷ୍ଠ ନେତାଙ୍କ ମନ୍ତବ୍ୟ ସଂପର୍କରେ ତାଙ୍କୁ ଅନେକ ଲୋକ ପଚାରୁଥିବା ଟ୍ୱିଟ୍‌ରେ ଲେଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଛି ଓ ଓଡ଼ିଶାର ରାଜନୈତିକ ଭବିଷ୍ୟତ ନେଇ ଆଲୋଚନା କରୁଛନ୍ତି। ତେବେ ତାଙ୍କ ନିକଟରେ ସବୁ ବିକଳ୍ପ ଖୋଲା ରହିଛି ବୋଲି ଲେଖିଛନ୍ତି ବୈଜୟନ୍ତ। ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଯେତେବେଳେ କୌଣସି ନିଷ୍ପତ୍ତି ନେବେ, ସେତେବେଳେ ସେ ନିଜେ ଲୋକଙ୍କୁ ତାହା ଜଣାଇବେ ବୋଲି ଟ୍ୱିଇଟ୍ କରିଛନ୍ତି।

You might also like