ଚାରା ଘୋଟାଲା ନେଇ ପୁଣି ବାଣ ମାରିଲେ ଦାମ
ଭୁବନେଶ୍ୱର: ଚାରା ଘୋଟାଲା ନେଇ ଅାଜି ପୁଣି ବାଣ ମାରିଛନ୍ତି ଦାମ। ସେ ପୁଣି ତଥାକଥିତ ଢଙ୍ଗରେ ଉଠାଇଛନ୍ତି ଗଡ୍ଫାଦରଙ୍କ କଥା। ଗଡ୍ଫାଦରଙ୍କୁ ସମସ୍ତେ ଜାଣନ୍ତି, ଗଣମାଧ୍ୟମ ଖୋଜି ବାହାର କରୁ ବୋଲି ଦାମ କହିଛନ୍ତି। ଘୋଟାଲାରେ ସଂପୃକ୍ତ ଅଫିସରଙ୍କୁ ନିଲମ୍ବନ କରି ମନ୍ତ୍ରୀପଦ ଗଲା ଓ ପଦ ଗଲା ପରେ ସଂପୃକ୍ତ ଅଧିକାରୀ ପୁନଃ ଅବସ୍ଥାପିତ ହେଲେ ବୋଲି ଦାମ କହିଛନ୍ତି। ଏହା କେମିତି ସମ୍ଭବ ହେଲା ତାହା ଖୋଳତାଡ଼ କରିବା ଗଣମାଧ୍ୟମର ଦାୟିତ୍ୱ ବୋଲି ଦାମ କହିଛନ୍ତି।
ବିଧାନସଭାରେ ଦାମଙ୍କ ସହ ତାଳ ମିଳାଇଛି ବିଜେପି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ଯେ ୧୦୦ କୋଟିର ଘୋଟାଲା ହୋଇଛି। କିଏ ସେହି ଗଡ୍ ଫାଦର ବିଜେଡି ନେତାମାନେ ସ୍ପଷ୍ଟ କରନ୍ତୁ ବୋଲି ବିଜେପି କହିଛି। ଅାଜି ଗୃହ ଅାରମ୍ଭରୁ ଚାରା ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଥିଲେ ବିରୋଧୀ।
ଚାରା ଘୋଟାଲା ନେଇ ତଥାକଥିତ ଗଡ଼ଫାଦରଙ୍କ କଥା ଉଠାଇଲେ ବରିଷ୍ଠ ବିଜେଡି ଦାମୋଦର ରାଉତ, କହିଲେ- ଗଡ଼ଫାଦରଙ୍କୁ ସମସ୍ତେ ଜାଣନ୍ତି, ଗଣମାଧ୍ୟମ ଖୋଜି ବାହାର କରୁ, ଘୋଟାଲାରେ ସଂପୃକ୍ତ ଅଫିସରଙ୍କୁ ନିଲମ୍ବନ କରି ମୋର ମନ୍ତ୍ରୀପଦ ଗଲା #Odisha pic.twitter.com/dJe4FaoRVI
— ଓଟିଭି (@otvkhabar) 6 September 2018