ଦଇତାପତି ନିଯୋଗର ନିବେଦନ-‘ସହମତି ଭିତ୍ତିରେ ଉଚ୍ଛେଦ କରାଯାଉ’,

ପୁରୀ (ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଘଟଣାରେ ପ୍ରଶାସନ ତୀବ୍ର ବିରୋଧର ସମ୍ମୁଖୀନ ହେଉଥିବାବେଳେ ଆଜି  ମୁହଁ ଖୋଲିଛି ଦଇତାପତି ନିଯୋଗ। ଏ ସଂକ୍ରାନ୍ତରେ  ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗା ଚରଣ ଦାସମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, କାହାକୁ ଦୁଃଖ ଦେଇ ନୁହେଁ, ସହମତି ଭିତ୍ତିରେ ଏହି କାମ ଉଚ୍ଛେଦ ହେବା ଉଚିତ୍ ।

ସେ କହିଛନ୍ତି,  ୭୫ ମିଟର ପରିଧି ମଧ୍ୟରେ ବହୁ ସେବାୟତଙ୍କ ବାସଗୃହ ରହିଛି।  ସେମାନଙ୍କ ମଧ୍ୟରୁ ଅଧତ୍କାଂଶ ମହାପ୍ରଭୁଙ୍କ ନୀତିକାନ୍ତି ସହ ସଂପୃକ୍ତ।  ଦୂରରେ ଥଇଥାନ କରାଗଲେ ଶ୍ରୀମନ୍ଦିର ନୀତିକାନ୍ତି ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ  ବିପଦ ସଙ୍କୁଳ ଘୋଷଣା କରାଯାଇ ନ ଥିବା ମଠରେ ସେମାନଙ୍କୁ ଥଇଥାନ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ଥଇଥାନ ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି। ଆଗକୁ ଉଚ୍ଛେଦ ହେବାକୁ ଥିବା ସେବାୟତଙ୍କ ଥଇଥାନକୁ ମଧ୍ୟ ଗୁରୁତ୍ୱ ଦେବାକୁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁରୀ ଗସ୍ତରେ ଆସୁଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଭଙ୍ଗାକୁ ନେଇ ବଢୁଥିବା ବିରୋଧ ସହ ବାସ୍ତବ ସ୍ଥିତି ଆମିକସ୍‌ କ୍ୟୁରୀ ଅନୁଧ୍ୟାନ କରିବେ। ଏହି ସମୟରେ ସେ ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଭଙ୍ଗା ହୋଇଥିବା ଓ ଭଙ୍ଗା ହେବାକୁ ଥିବା ବିଭିନ୍ନ ମଠର ମହନ୍ତ ଏବଂ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି। ଆମିକସ୍‌ କ୍ୟୁରୀଙ୍କ ଗସ୍ତ ପୂର୍ବରୁ ଆଜି ଶ୍ରୀମନ୍ଦିର ପରିଚଳନା କମିଟିର ବୈଠକ ବସୁଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like