ଡକାୟତି ଯୋଜନା ପଣ୍ଡ; ଧରାପଡ଼ିଲେ ୪ ଡକାୟତ

ଆନନ୍ଦପୁର: ପଣ୍ଡ ହେଲା ଡକାୟତି ଯୋଜନା। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳବଣୀ ହାଟ ନିକଟରେ ଡକାୟତମାନଙ୍କ ଯୋଜନାକୁ ପୁଲିସ୍‌ ପଣ୍ଡ କରିବା ସହ ୪ଜଣ ଡକାୟତଙ୍କୁ ଗିରଫ କରିଛି। ଏଥିସହ ଏକ ବୋଲେରୋ ଗାଡ଼ି ଓ ମାରଣାସ୍ତ୍ର ମଧ୍ୟ ପୁଲିସ୍‌ ଜବତ କରିଛି।

ତେବେ ଘଟଣାସ୍ଥଳରୁ ଅନ୍ୟ ଦୁଇ ଜଣ ଫେରାର୍‌ ଅଛନ୍ତି। ଗତକାଲି ରାତିରେ ଡକାୟତି କରିବାକୁ ଭଦ୍ରକ ଅଞ୍ଚଳର ୪ଜଣ ଡକାୟତ ଆସିଥିଲେ।

ଶାଳବଣି ହାଟ ନିକଟରେ ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ଆନନ୍ଦପୁର ପୁଲିସ୍‌ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରି ଡକାୟତଙ୍କୁ କାବୁ କରିଥିଲେ।

You might also like