ଏପ୍ରିଲ ୩୦ରେ ସ୍ଥଳଭାଗ ଛୁଇଁ ପାରେ ‘ଫନି’

ନୂଆଦିଲ୍ଲୀ: ଚଳିତ ମାସର ଶେଷ ଭାଗ ଆଡ଼କୁ ଆସୁଥିବା ବାତ୍ୟା ପାଇଁ ତାମିଲନାଡ଼ୁରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏପ୍ରିଲ ୩୦ ବା ମେ ୧ ତାରିଖରେ ଏହା ସ୍ଥଳଭାଗ ଛୁଇଁବାର ଆଶଙ୍କା କରାଯାଉଛି। ତାମିଲନାଡ଼ୁର ଉତ୍ତର ଉପକୂଳରେ ଲଗାତାର ୨ ଦିନ ଧରି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

ଆସନ୍ତା ସପ୍ତାହରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର କୁହାଯାଇଛି, ଘୂର୍ଣ୍ଣିବଳୟ ଶକ୍ତିଶାଳୀ ହେବାପରେ ଏହା ବର୍ତ୍ତମାନ ଲଘୁଚାପ ଅଞ୍ଚଳ ସୃଷ୍ଟି କରିଛି। ଏହି ବଳୟ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଜଣାପଡ଼ିଛି ଏବଂ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳ ଦେଇ ସମାନ୍ତରାଳ ଭାବରେ ଗତି କରିବ। ଏହା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡ଼କୁ ମୁହାଁଇବ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ତାମିଲନାଡ଼ୁ ଏବଂ ପୁଡୁଚେରୀର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଘଡ଼ଘଡ଼ି ଓ ବିଜୁଳି ସହିତ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି।

You might also like