କଟକର ପଟ୍ଟାପୋଲ ଅଞ୍ଚଳ ସିଲ୍

କଟକ: କଟକର ପଟ୍ଟାପୋଲ ଅଞ୍ଚଳକୁ କଟକ ମହାନଗର ନିଗମ(ସିଏମ୍‌ସି) ସିଲ୍ କରିଛି। ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌  ଭାବେ ଘୋଷଣା କରି ସିଏମ୍‌ସି ସିଲ୍ କରିଛି। ଏହା ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ସିଲ୍‌ କରି କଣ୍ଟାକ୍ଟ ଟ୍ରାସିଂ ପ୍ରକ୍ରିୟା ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, କଟକରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। 

କଟକର ବକ୍ସି ବଜାର ଛକରୁ ଷ୍ଟିୱାର୍ଟ ସାଇନ୍ସ କଲେଜ ଯାଏ, ଷ୍ଟିୱାର୍ଟ ସାଇନ୍ସ କଲେଜରୁ ସୂତାହାଟ ମସଜିଦ୍ ଛକ ପର୍ଯ୍ୟନ୍ତ ସିଲ୍ କରାଯାଇଛି। ସେହିପରି ସୂତାହାଟ ମସଜିଦ୍ ଛକରୁ ତିନିକୋଣିଆ ବଗିଚା ପାର୍କ ଯାଏ ସିଲ୍ ସହ  ତିନିକୋଣିଆ ବଗିଚା ପାର୍କରୁ ବକ୍ସି ବଜାର ଛକ ଯାଏ ସିଲ୍ ହୋଇଛି। ସମ୍ପୃକ୍ତ ସିଲ୍ ଅଞ୍ଚଳରେ ଯାନବାହନ ଚଳାଚଳକୁ ମଧ୍ୟ ବନ୍ଦ ରଖା ଯାଇଛି। କୌଣସି ବ୍ୟକ୍ତି ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହି ଅଞ୍ଚଳର ସମସ୍ତ ଦୋକାନ ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ଅନ୍ୟପକ୍ଷରେ, ସିଏମ୍‌ସି, ସିଲ୍ ଅଞ୍ଚଳରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ ବୋଲି କୁହାଯାଇଛି। ସମସ୍ତ ବ୍ୟବସ୍ଥାର ପରିଚାଳନା ପାଇଁ ୨ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ ନେଇ ସିଏମ୍‌ସି ଟିମ୍ ଗଠନ କରିଛି। ସେହିଭଳି ୧୩ଟି ଟିମ୍‌ କଣ୍ଟାକ୍ଟ ଟ୍ରାସିଂରେ ନିୟୋଜିତ ହୋଇଛନ୍ତି।

You might also like