କରୋନା ଯିବ ନା ଆସିବ ? ଆୟୁର୍ବେଦିକ ଔଷଧରେ କରୋନା ଭଲ ହେବା ଖବରକୁ ନେଇ ଅସମ୍ଭାଳ ଭିଡ଼

ବିଶାଖାପାଟଣା: ଆୟୁର୍ବେଦିକ ଔଷଧରେ କରୋନା ଭଲ ହେବା ଖବରକୁ ନେଇ ଅସମ୍ଭାଳ ଭିଡ଼। ଔଷଧ ନେବାକୁ ହଜାର ହଜାର ସଂଖ୍ୟକ ଲୋକ ଭିଡ଼ ଜମାଇ ଥିଲେ। ନା ଥିଲା ସାମାଜିକ ଦୂରତା ନା କେହି କୋଭିଡ କଟକଣାକୁ ମାନୁଥିଲେ। ମେ’ ୨୧ ତାରିଖ ସକାଳେ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲା କ୍ରିଷ୍ଣାପାଟନମ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ସାମାଜିକ ଦୂରତା ଭୁଲି ଲୋକମାନେ ଆୟୁର୍ବେଦିକ ଔଷଧ ନେବାକୁ ଲମ୍ବା ଲାଇନ ସହ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା। ଏପରିକି କୋଭିଡ୍ ହସ୍ପିଟାଲ ଛାଡ଼ି କରୋନା ରୋଗୀ ଏଠାକୁ ଔଷଧ ନେବା ପାଇଁ ଆମ୍ବୁଲାନ୍ସରେ ଲାଇନ ଲଗାଇ ଥିବା ନଜର ଆସିଥିଲା।

ଏ ସଂପର୍କରେ ଜାଣିବା ପରେ ଔଷଧର ବୈଜ୍ଞାନିକ ପଦ୍ଧତିରେ ଯାଞ୍ଚ ପାଇଁ ଆନ୍ଧ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଔଷଧ ବିତରଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହାସହ  ଔଷଧ ପ୍ରସ୍ତୁତ କରିଥିବା ଆୟୁର୍ବେଦିକ ଡାକ୍ତର ଆନନ୍ଦୟାଙ୍କୁ ପୋଲିସ ସୁରକ୍ଷା ମଧ୍ୟରେ ଅମରାବତୀକୁ ସ୍ଥାନାନ୍ତର କରାଯାଇଛି।

ଔଷଧର ବୈଜ୍ଞାନିକ ପ୍ରଭାବକୁ ଜାଣିବା ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦର ଗୋଟିଏ ଟିମ୍ ଯାଇ ଯାଞ୍ଚ ଆରମ୍ଭ କରିଛନ୍ତି। ସୂଚନା ମୁତାବକ, ଡାକ୍ତର ଆନନ୍ଦୟା ଏହି ଔଷଧ ପ୍ରସ୍ତୁତ କରି ଲୋକଙ୍କୁ ଦେଉଥିଲେ। ଔଷଧ ନେବା ପାଇଁ ଜିଲ୍ଲାର କୌଣଅନୁକୋଣରୁ ହଜାର ହଜାର ଲୋକେ ଆସି ଭିଡ଼ ଜମାଉଥିଲେ।

ଦେଶରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ମୋଟ୍‌ ୩୭୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୯୯ ହଜାର ୨୬୬କୁ ବୃଦ୍ଧି ପାଇଛି।

You might also like