ଝୁଲନ୍ତା ଅବସ୍ଥାରେ ମିଳିଲା ‘କ୍ରାଇମ୍‌ ପାଟ୍ରୋଲ୍‌’ ଅଭିନେତ୍ରୀଙ୍କ ମୃତଦେହ

ମୁମ୍ବାଇ: ପପୁଲାର୍‌ ଟିଭି ଶୋ’ ‘କ୍ରାଇମ୍‌ ପାଟ୍ରୋଲ୍‌’ରେ ଅଭିନୟ କରିଥିବା ପ୍ରେକ୍ଷା ମେହତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ଦିନ ମଧ୍ୟପ୍ରଦେଶ ସ୍ଥିତ ତାଙ୍କ ଘରେ ଫ୍ୟାନ୍‌ରୁ ଝୁଲନ୍ତା ଅବସ୍ଥାରେ ୨୫ ବର୍ଷୀୟ ପ୍ରେକ୍ଷାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋମବାର ରାତିରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଲକ୍‌ଡାଉନ୍‌ ଯୋଗୁ ତାଙ୍କୁ କୌଣସି କାମ ନ ମିଳିବାରୁ ସେ ଚିନ୍ତାରେ ଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି।

‘କ୍ରାଇମ୍‌ ପାଟ୍ରୋଲ୍‌’ ବ୍ୟତୀତ ‘ମେରି ଦୁର୍ଗା, ‘ଲାଲ୍‌‌ ଇଶ୍କ୍‌’ ପ୍ରଭୁତି ଶୋ’ରେ ସେ ଅଭିନୟ କରିଥିଲେ।

ଦେଶରେ କରୋନା ଲକ୍‌ଡାଉନ୍‌ କଟକଣା ଯୋଗୁ ୨ ମାସରୁ ଅଧିକ ହେବ ଫିଲ୍ମ ଓ ଟିଭି ସିରିୟଲ୍‌ ଶୁଟିଂ ସବୁ ବନ୍ଦ ରହିଛି। ଯେଉଁଥିପାଇଁ ଅନେକ ଅଭିନେତା, ଅଭିନେତ୍ରୀସେମାନଙ୍କର ଜୀବିକା ହରାଇଛନ୍ତି।