ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ କେଉଁଠୁ ଆସୁଥିଲା ଟଙ୍କା ? କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ତଥ୍ୟ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢୁଛି।  ଟାଟା ମୋଟର୍ସରେ ଚାକିରି କରାଇବା କହି ଠକେଇ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ମାରାଥନ୍ ଜେରା କରିଛି। ଏହି ମାମଲାରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କରେ ଦୁଇ ଜଣଙ୍କୁ ଜେରା କରାଯାଇଛି । ଏହି ଦୁଇଜଣ ହେଲେ କମ୍ବୁପାଣି ସାହୁ ଓ ବୋରିଗାଁ ସରପଞ୍ଚ ବସନ୍ତ ସାହୁ।

ଅଭିଯୋଗ ଅନୁସାରେ କୁମ୍ଭପାଣିଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟକୁ ଯାଇଛି। ସେହିପରି ଗୋପାଳପୁର ବିଧାୟକଙ୍କୁ ବସନ୍ତ ଟଙ୍କା ଦେଇଥିଲେ କି ? ଠକେଇ ସମ୍ପର୍କରେ ସେ କଣ ଜାଣିଛନ୍ତି ସେ ଦିଗରେ ତାଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ।

ଅନ୍ୟପଟେ ଆକାଶ ପାଠକ ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ଚାକିରି ଆଶାୟୀଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ନେଇଥିବା ସୂଚନା ଦେଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ୬ ଜଣ ଅଭିଯୋଗକାରୀଙ୍କ ଏତଲା ଭିତ୍ତିରେ ମାମଲା ହୋଇଛି। ସେମାନଙ୍କ ଭିତରୁ ୨ ଜଣ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଟଙ୍କା ଦେଇଛନ୍ତି। ଅନ୍ୟ ୪ ଜଣ ପ୍ରଦୀପ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଟଙ୍କା ଦେଇଥିବା ସ୍ପଷ୍ଟ ହୋଇଛି।

 

You might also like