ହସ୍ପିଟାଲ୍ରେ କରୋନା ରୋଗୀଙ୍କ ବଲିଉଡ୍ ଡ୍ୟାନ୍ସ
ଜୟପୁର: କୋଭିଡ୍ ହସ୍ପିଟାଲ୍ରେ କରୋନା ରୋଗୀଙ୍କ ଡ୍ୟାନ୍ସ। ତା’ବି ପୁଣି ବଲିଉଡ୍ ଗୀତର ତାଳେ ତାଳେ ଲଗାଉଛନ୍ତି ଠୁମ୍କା। କୋରାପୁଟ ଜିଲ୍ଲା ଜୟପୁର କୋଭିଡ୍ ହସ୍ପିଟାଲର ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା। ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହୋଇଛି।
ଭିଡିଓଟି ଭାଇରାଲ ପରେ ଏହି ହସ୍ପିଟାଲରେ କିଭଳି ଭାବରେ ଚାଲିଛି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ତାକୁ ନେଇ ପ୍ରଶ୍ନ ଉଠିଛି। ଭିଡିଓରେ ୩ ଜଣ କରୋନା ସଂକ୍ରମିତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।
ଦେଖନ୍ତୁ ଏହି ଭିଡିଓ ଓ ଜାଣନ୍ତୁ ପୂରା ଘଟଣା…