ସ୍ୱାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ ହେଲା କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର

ହାଇଦ୍ରାବାଦ: କରୋନାରେ ହାଇଦ୍ରାବାଦର ଜଣେ 74 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ତେଲେଙ୍ଗାନାର ପ୍ରଥମ ବ୍ୟକ୍ତି ଯିଏକି କରୋନା ଭାଇରସରେ ମୃତ୍ୟୁ ବରଣ କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା, ସମ୍ପୃକ୍ତ ଵ୍ୟକ୍ତିଙ୍କ ମୃତ୍ୟୁ ପରେ ଜଣାପଡିଥିଲା ଯେ ସେ କରୋନାରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ପରେ ନିଆଯାଇଥିବା ସାମ୍ପଲରୁ  ତାଙ୍କ ଶରୀରରେ କରୋନା ଭୁତାଣୁ ଥିବା ଜଣାପଡ଼ିଥିଲା ।

ଶନିବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ  ଅନ୍ତିମ ସଂସ୍କାର ସମୟରେ ଉକ୍ତ ବ୍ୟକ୍ତିଙ୍କ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ। କେବଳ ସ୍ୱାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯାଇଥିଲା। କାହିଁକି ନା ତାଙ୍କ ପରିବାର ସମସ୍ତ ସଦସ୍ୟ ହୋମ କ୍ୱାରେଣ୍ଟାଇନରେ ଥିଲେ।

ଏହି ଘଟଣାକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି, ମୃତ୍ୟୁ ପରେ ସମ୍ପୃକ୍ତ ଵ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଥିଲା। 

ସୂଚନାଥାଉ କି, ଚଳିତ ମାସରେ କରୋନା ଆକ୍ରାନ୍ତରେ ଦିଲ୍ଲୀର ଜଣେ 68 ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା। ମେଡିକାଲ୍ କର୍ତ୍ତୃପକ୍ଷଙ୍କ ତତ୍ତ୍ୱାବଧାନରେ ସମ୍ପୃକ୍ତ ମହିଳାଙ୍କ ଅନ୍ତିମ ସଂସ୍କାର ହୋଇଥିଲା।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା 29 ଛୁଇଁଛି। ଅନ୍ୟପକ୍ଷରେ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ୩୦ ହଜାର ଟପିଛି।

 

You might also like