ଦେଶର ୧୧ଟି ସହରରେ କରୋନା ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ଦେଶର ୪ ରାଜ୍ୟର ୧୧ଟି ସହରରେ କରୋନା ସ୍ଥିତି ଗମ୍ଭୀର ଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ଏହି ୪ ରାଜ୍ୟ ହେଲା- ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ପଶ୍ଚିମବଙ୍ଗ। ଏହି ସବୁ ରାଜ୍ୟରେ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ୬ଟି ଟିମ ଗଠନ କରାଯାଇଛି। 

ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ, ରାଜସ୍ଥାନର ଜୟପୁର, ମଧ୍ୟପ୍ରଦେଶର ଇନ୍ଦୋର, ପଶ୍ଚିମବଙ୍ଗର କୋଲକାତା, ହାଓ୍ୱଡା, ଉତ୍ତର ୨୪  ପ୍ରଗଣା, ପୂର୍ବ ମେଦିନିପୁର, ଦାର୍ଜିଲିଂ, ଜଲପାଇଗୁଡି ଏବଂ କାଲିମପଙ୍ଗରେ ସ୍ଥିତି ଗମ୍ଭୀର ରହିଛି। 

ଏହିସବୁ ପ୍ରଭାବିତ ରାଜ୍ୟ ଗୁଡିକର ସ୍ଥିତି ଆକଳନ ଲାଗି ଗୃହ ମନ୍ତ୍ରାଳୟ ୬ଟି ଆନ୍ତଃମନ୍ତ୍ରାଳୟ ସ୍ତରୀୟ ଟିମ ଗଠନ କରିଛି। ପ୍ରତି ଟିମରେ ୬ ଜଣ ଲେଖାଏ ସଦସ୍ୟ ରହିଛନ୍ତି।  ପ୍ରତି ଟିମର ନେତୃତ୍ୱ ନେଉଛନ୍ତି ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀ। ପ୍ରତି ଟିମରେ ଜନସ୍ବାସ୍ଥ୍ୟ ବିଭାଗ ଏବଂ ଏନଡିଏମର  ଜଣେ ଲେଖାଏ ବରିଷ୍ଠ ଅଧିକାରୀ ରହିଛନ୍ତି।

ଏହି ଟିମ ସମସ୍ତ ପ୍ରଭାବିତ ଜିଲ୍ଲାକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛି। ଲକଡାଉନକୁ କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଲକଡାଉନ ସ୍ଥିତି ଉପରେ ଲଗାତର ଭାବେ ନଜର ରଖିଛି ଗୃହ ମନ୍ତ୍ରାଳୟ। ଯେଉଁଠାରେ ଲକଡାଉନର ଉଲ୍ଲଂଘନ କରାଯାଉଛି, ସେଠାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

You might also like