ସାରା ବିଶ୍ୱରେ ୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ପାର ହୋଇଛି। ମହାମାରୀ କରୋନା ପୃଥିବୀର ୨୦୨ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୮ ଲକ୍ଷ ୫୮ ହଜାର ୬୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏକ ଲକ୍ଷ ୭୮ ହଜାର ୦୯୯ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଜାଣନ୍ତୁ ସାରା ବିଶ୍ୱରେ କେମିତି ରହିଛି କରୋନା ସ୍ଥିତି….

  • କରୋନା ଆକ୍ରାନ୍ତରେ ଆମେରିକାରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୮ଶହରୁ ଅଧିକ ଲୋକଙ୍କ ମୃତ୍ଯୁ ହୋଇଛି।
  • ଗତକାଲି ଆମେରିକାରେ ୮ଶହରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଆହୁରି ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି ହେବ। ତେଣୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।
  • ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ି ଚାଲିଥିବାରୁ ଲକଡାଉନ ନିୟମକୁ କଡାକଡ଼ି ଭାବେ  ପାଳନ କରିବାକୁ ଟ୍ରମ୍ପ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି।
  • ୟୁରୋପରେ ମଧ୍ୟ ସ୍ଥିତି ବିଗିଡ଼ିବାରେ ଲାଗିଛି। ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ ହଜାର ପାର ହୋଇଛି।
  • ଗତକାଲି ଇଟାଲିରେ ୮ଶହରୁ ଅଧିକ ଲୋକଙ୍କ ମୃତ୍ଯୁ ହୋଇଛି।
  • ଗତକାଲି ସ୍ପେନରେ କେବଳ ୭ ଶହରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୮ ହଜାରରୁ ଅଧିକ ପାର କରିଛି।
  • ଫ୍ରାନ୍ସରେ ମଧ୍ୟ ସ୍ଥିତି ସଂଗୀନ ରହିଛି। ଗତକାଲି ୫ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ କରୋନା।
  • ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ ଜଣେ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
You might also like