କରୋନା ପରୀକ୍ଷା ମାଗଣାରେ ହେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାଗଣାରେ ହେଉ କରୋନା ପରୀକ୍ଷା, ଏଥିପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରନ୍ତୁ। କରୋନା ପରୀକ୍ଷା ମାଗଣା କରାଯାଉ ବୋଲି କୋର୍ଟରେ ଆବେଦନ ହୋଇଥିଲା। ଆଜି ଏହାର ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏଭଳି କହିଛନ୍ତି। ଏହାସହିତ ଘରୋଇ ପରୀକ୍ଷାଗାର ଗୁଡ଼ିକ କୋଭିଡ-୧୯ ପରୀକ୍ଷା ପାଇଁ ଅଧିକ ଟଙ୍କା ନ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ସୁପ୍ରିମକୋର୍ଟ।

ଶୁଣାଣି ବେଳେ ସୁପ୍ରିମକୋର୍ଟ, କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଯୋଦ୍ଧା ବୋଲି କହିଛନ୍ତି। ଏଥିସହିତ ସେମାନଙ୍କ ସୁରକ୍ଷା ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

କୋର୍ଟରେ ଶୁଣାଣି ବେଳେ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ଯୋଗ ଦେଇ କହିଛନ୍ତି, ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ସଚେତନ ରହିଛନ୍ତି। ସେମାନଙ୍କର ସୁରକ୍ଷା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିସହ କରୋନା ସଂକ୍ରମିତ ବ୍ୟକ୍ତି ଯେମିତି ଅଧିକ ଲୋକଙ୍କୁ ପ୍ରଭାବିତ ନ କରିବେ ସେଥିପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

You might also like