ଆମେରିକାରେ ରହୁଥିବା ଭାରତୀୟ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଭାରତୀୟ ସାମ୍ବାଦିକ ବ୍ରହ୍ମ କଞ୍ଜିବୋଟଲା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ନ୍ୟୁୟର୍କରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି। ଭାରତ ଏବଂ ଆମେରିକାକୁ ନିକଟତର କରାଇବାରେ ବ୍ରହ୍ମ କଞ୍ଜିବୋଟଲାଙ୍କ ଅବଦାନ ରହିଛି। ଏଥିପାଇଁ ସେ ମନେ ରହିବେ। ଏଥିସହ ତାଙ୍କର ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। 

ସେ ଖବର ସରବରାହ ସଂସ୍ଥା ୟୁନାଇଟେଡ ନ୍ୟୁଜ ଅଫ ଇଣ୍ଡିଆର correspondent ଥିଲେ।

ମାର୍ଚ୍ଚ ୨୩ରେ ବ୍ରହ୍ମ କଞ୍ଜିବୋଟଲାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ବିଗିଡିବା ଆରମ୍ଭ କରିଥିଲା। ମାର୍ଚ୍ଚ ୨୮ରେ ତାଙ୍କୁ ଲଙ୍ଗ ଆଇଲାଣ୍ଡ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୩୧ରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ଓ ସୋମବାର ଦିନ ତାଙ୍କର ହୃଦ୍‌ଘାତ ହୋଇଥିଲା।

ବିଶ୍ୱବ୍ୟାପୀ କରୋନା ମୃତ୍ୟୁ ସଂଖ୍ୟା ୮୨ ହଜାର ପହଞ୍ଚିଛି। ମୋଟ ସଂକ୍ରମଣ ସଂଖ୍ୟା ୧୪ ଲକ୍ଷ ଟପି ଗଲାଣି। ତାସହ ୨୦୯ ଦେଶ ଏବେ ଏହି ମହାମାରୀ କବଳରେ। ସବୁଠୁ ଉଦବେଗଜନକ ସ୍ଥିତି ଆମେରିକାରେ। ସେଠାରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୮୦୦ ଟପିଥିବାବେଳେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆମେରିକାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୯ ଶହ ୭୦ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି, ମିଚିଗାନ୍, କାଲିଫର୍ଣ୍ଣିଆ, ଫ୍ଲୋରିଡାରେ ସ୍ଥିତି ଅଣାୟତ୍ତ ରହିଛି।

You might also like