ଅମାନିଆଙ୍କୁ ପୁଲିସ କଲା ସାବାଡ: କଟକରେ ସିଜ୍ ହେଲା ୧୦୧୯ ଗାଡ଼ି

କଟକ: ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଲୋକେ ଲକ୍‌ଡାଉନ ଗାଇଡ୍‌ଲାଇନକୁ ମାନୁ ନାହାନ୍ତି।

ସାମାଜିକ ଦୂରତା ବଜାୟ ରକ୍ଷା ପାଇଁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଅମାନିଆଙ୍କ ବିରୋଧରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

କଟକ ସହର ମଧ୍ୟରେ ଥିବା ବିଭିନ୍ନ ବଜାରରେ ଆଇନ ଉଲ୍ଲଂଘନ କରି ଗାଡ଼ି ଆଣିଥିବା ଅମାନିଆଙ୍କ ୧୦୧୯ଟି ଗାଡିକୁ ପୁଲିସ ସିଜ୍ କରିଛି। ଏନେଇ କଟକ ଡିସିପି ଟ୍ୱିଟ କରି ସୂଚନା ଦେଇଛନ୍ତି।

କଟକ ସହରର ପଟ୍ଟାପୋଲ ଅଞ୍ଚଳକୁ cointainment zone ଭାବେ ଘୋଷଣା କରିବା ପରେ ମଧ୍ୟ ଲୋକେ ଗାଇଡ୍‌ଲାଇନକୁ ମାନୁ ନାହାନ୍ତି।

ଆଜି ସକାଳୁ ସହରର ବିଭିନ୍ନ ଅଂଚଳରେ ଅନେକ ଲୋକ ଗାଡି ଧରି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଆସିଥିବା ଦେଖିବାକୁ ମିଳିଥିଲା। ଏପରିକି ଶହ ଶହ ସଂଖ୍ୟାରେ ଲୋକେ ଏକାଠି ହୋଇଥିବା ନଜର ଆସିଥିଲା।

ସୂଚନାଥାଉ କି, ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଛଅ ଶହରୁ ଅଧିକ ଗାଡ଼ି ସିଜ୍ ହୋଇଛି।

 

You might also like