କ୍ୟାସର ଅଭାବ, ସୁନା ବିକି ପେଟ ପାଇଁ ଦାନା ଯୋଗାଡ଼ କଲେ

ବ୍ୟାଙ୍ଗକକ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ସଙ୍କଟରେ। ଦିନକୁ ଦିନ ଯେଭଳି  ଭାବରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତା’ହା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଦେଶରେ ଲକଡାଉନ ଲାଗୁ ହୋଇଛି।

ଫଳରେ ଖାଦ୍ୟ, ପାନୀୟ, ଟଙ୍କା ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଛି। ଏମିତି ବି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ଲୋକଙ୍କ ପାଖରେ ଟଙ୍କାର ଅଭାବ ଯୋଗୁ ଶେଷରେ ସୁନା ଅଳଙ୍କାର ବିକ୍ରି କରି ପେଟରେ ଦି ମୁଠା ଦାନା ଦେବାକୁ ପଡୁଛି। ଥାଇଲାଣ୍ଡରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।

ଥାଇଲାଣ୍ଡରେ ଲୋକଙ୍କ ପାଖରେ କ୍ୟାସ(ଟଙ୍କା)ର ଅଭାବ ହେବାରୁ ବାଧ୍ୟହୋଇ ସେମାନଙ୍କୁ ସୁନା ଅଳଙ୍କାର ବିକ୍ରି କରିବାକୁ ପଡୁଛି। ତେବେ ଏହି ସମୟରେ ସୁନା ଦର ଅଧିକ ଥିବାରୁ ଏହା ଭଲ ଦାମରେ ମଧ୍ୟ ବିକ୍ରି ହେଉଛି।

ଜଣେ ୩୯ ବର୍ଷୀୟ ବ୍ୟକ୍ତି କହିଛନ୍ତି, “ମୋ ପାଖରେ ଆଉ କୌଣସି ବି ସଞ୍ଚୟ ଅର୍ଥ ନାହିଁ। ସେଥିପାଇଁ ବାଧ୍ୟହୋଇ ମୋ ପାଖରେ ଥିବା ସୁନା ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛି। ଫଳରେ ଏଭଳି କଠିନ ସମୟରେ ଜୀବନ ଅତିବାହିତ କରିପାରିବି।

You might also like