ଲକଡାଉନ ବେଳେ ଆଜି ହେଉଛି ଏକ ଭିଭିଆଇପି ମ୍ୟାରେଜ

ବେଙ୍ଗାଲୁରୁ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦେଶରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ତେବେ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମେ ୩ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏସବୁ ଭିତରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀଙ୍କ ଆଜି ବିବାହ। 

Image credit: ANI

କଂଗ୍ରେସର ପୂର୍ବତନ ମନ୍ତ୍ରୀ ଏମ କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତୀଙ୍କୁ ବିବାହ କରିବେ ନିଖିଲ ଗତକାଲି ଏଚଡି କୁମାରସ୍ୱାମୀଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ବିବାହ ପୂର୍ବର ରୀତିନୀତି ଅନୁଷ୍ଠିତ ହୋଇଥିଲା

Image credit: ANI
Image credit: ANI

ତେବେ ଲକଡାଉନବେଳେ ଏହି ଭିଭିଆଇପି ମ୍ୟାରେଜ ଉପରେ ଏବେ କର୍ଣ୍ଣାଟକ ସରକାର ବିଶେଷ ନଜର ରଖିଛନ୍ତି ପୂରା ବିବାହର ଭିଡିଓଗ୍ରାଫି ହେବ ବୋଲି ଜଣାପଡିଛି ଆଉ କେହି ଯଦି ସାମାଜିକ ଦୂରତା ନିୟମ ନ ମାନନ୍ତି ଓ କୋବିଡ-୧୯କୁ ନେଇ ହୋଇଥିବା ଗାଇଡ଼ଲାଇନକୁ ଉଲ୍ଲଂଘନ କରନ୍ତି, ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ରାମନଗର ଜିଲ୍ଲା ସ୍ଥିତ ଏକ ଫାର୍ମ ହାଉସରେ ବିବାହ ହେବ ବୋଲି ସୂଚନା ମିଳିଛି ଏଥିରେ ପରିବାରର ଅତି ଘନିଷ୍ଠ ସଦସ୍ୟମାନେ ଯୋଗଦେବେ। ଫେବୃଆରୀ ୧୦ରେ ନିଖିଲ ଓ ରେବତୀଙ୍କ ଏନଗେଜମେଣ୍ଟ ହୋଇଥିଲା।

 

ଅଭିନେତାରୁ ରାଜନୀତିରେ ପାଦ ଥାପିଥିବା ନିଖିଲ, ଗତବର୍ଷ ନିର୍ବାଚନ ଲଢ଼ିଥିଲେ ହେଲେ ହାରି ଯାଇଥିଲେ

You might also like