ଭାରତରେ ୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା। ନିଜାମୁଦ୍ଦିନ ଧର୍ମସଭା ପରେ ଦେଶରେ ଭୟଙ୍କର ରୂପ ଧାରଣ କରୁଥିବା କରୋନାରେ ଏବେ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।

ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୫ ଜଣଙ୍କ ମୃତ୍ୟୁ ଘଟିବା ସହ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି।

ସେହିଭଳି ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩୫ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କରୋନା ମୁକାବିଲା ଲାଗି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ conferencing ଜରିଆରେ ଆଲୋଚନା କରିଥିଲେ।

ସେହିପରି ଆଜି ସକାଳ ୯ଟାରେ ଦେଶବାସୀଙ୍କୁ ଭିଡ଼ିଓ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ମୋଦି। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି।

ମହାମାରୀ କରୋନାକୁ ନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦୁଇଥର ସମ୍ବୋଧିତ କରିଥିଲେ। ପ୍ରଥମ ସମ୍ବୋଧନ Janata curfew କୁ ନେଇ କରି ଥିବାବେଳେ ଦ୍ଵିତୀୟ ସମ୍ବୋଧନ ସାରା ଦେଶକୁ ଲକଡାଉନକୁ ନେଇ ମାର୍ଚ୍ଚ 24ରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

 

ତେବେ ଦେଶରେ ଏଯାଏ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବାର କୌଣସି ପ୍ରମାଣ ମିଳିନଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

ସାରା ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ପୂର୍ବରୁ ଥିବା ୨୨ ଓ ନୂତନ ଭାବେ ନିର୍ମିତ ୨୦ଟି ହସ୍ପିଟାଲ ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

You might also like