ଶେଷ ହେବାକୁ ବସିଲାଣି କରୋନା ଟିକା, ମୁଣ୍ଡରେ ହାତ ଦେଇ ବସିଛନ୍ତି ସରକାର…

ଜୟପୁର: ରାଜସ୍ଥାନର ଅନେକ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ କରୋନା ଟିକା ଶେଷ ହୋଇସାରିଛି କିମ୍ବା ଶେଷ ହେବାକୁ ଯାଉଛି। ଏଥିପାଇଁ ଗେହଲଟ୍ ସରକାର ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚାପ ପକାଉଛନ୍ତି। ଏଥିସହ ରାଜ୍ୟରେ ଟିକା କମ୍ ଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରବିବାର ସକାଳୁ ଜୟପୁରର ଏକ ଘରୋଇ ହସ୍ପିଟାଲରେ ଭ୍ୟାକ୍ସିନ ଶେଷ ହୋଇଛି। ଯାହାଫଳରେ କରୋନା ଟିକା ନେବା ପାଇଁ ଆସିଥିବା ଅନେକ ଲୋକ ମେଡିକାଲରୁ ନିରାଶ ହୋଇ ଫେରିଛନ୍ତି। ସେମାନଙ୍କୁ ମେଡିକାଲ ତରଫରୁ ଟିକା ଶେଷ ହୋଇଯାଇଥିବା କୁହାଯାଇଥିଲା। ଜୟପୁରରେ ସବୁଠାରୁ ଅଧିକ ସଂକ୍ରମିତ ଅଞ୍ଚଳ ହେଲା ବୈଶାଳୀ ନଗର। ଏଠାରେ ସରକାରୀ ଚିକିତ୍ସାଳୟ ଗୁଡ଼ିକରେ ଟିକାକରଣ ଏବେ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି। ଟିକା ଉପଲବ୍ଧ ନଥିବାରୁ ଲୋକ ମେଡିକାଲକୁ ଆସି ନିରାଶ ହୋଇ ଘରକୁ ଫେରୁଛନ୍ତି ଲୋକେ।

ଏଥି ସହିତ ଜୟପୁରର ଚିତ୍ରକୁଟ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ମଧ୍ୟ ସ୍ଥିତି ସମାନ ଅବସ୍ଥା ଥିଲା। ଏଠାରେ ମଧ୍ୟ ଟିକାକରଣ ରବିବାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ଟିକା ପାଇଁ ଏଠାକୁ ଆସୁଥିବା ଲୋକଙ୍କୁ କୁହାଯାଉଛି ଯେ ରବିବାର ବୋଲି ଟିକାକରଣ ବନ୍ଦ ରହିଛି। କିନ୍ତୁ ସେପଟେ ଡାକ୍ତର ମାନେ କହିଛନ୍ତି ଯେ, ଟିକା ଉପଲବ୍ଧ ନାହିଁ, ତେଣୁ ଟିକାକରଣ ବନ୍ଦ ରହିଛି।

ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ହେଲେ ରାଜସ୍ଥାନରେ ଟିକା ଉପଲବ୍ଧ ନଥିବାରୁ ଟିକାକରଣ ହୋଇପାରୁ ନାହିଁ। ଏହି କାରଣରୁ ମୋଦିଙ୍କ ‘ଟିକା ଉତ୍ସବ’ ଆହ୍ୱାନ ଏଠାରେ ଫ୍ଲପ୍ ହୋଇଯାଇଛି। କେବଳ ଏହି ଗୋଟିଏ କି ଦୁଇଟି ଜିଲ୍ଲା ନୁହେଁ ବରଂ ଟିକା ଉପଲବ୍ଧ ନଥିବାରୁ ରାଜସ୍ଥାନର ଅନେକ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସେପଟେ ଜୟପୁରରେ ଟିକା ଉତ୍ସବ ପାଳନ କରିବା ପାଇଁ ୧୦ ହଜାର କୋଭାକ୍ସିନ ଡୋଜ୍ ମଗାଯାଇଥିଲା। ଯାହା କି ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଶେଷ ହୋଇଯାଇଥିଲା। ରାଜସ୍ଥାନ ସରକାର କହିଛନ୍ତି ଯେ ରବିବାର ସନ୍ଧ୍ୟା ସୁଦ୍ଧା ଚାରି ଲକ୍ଷ ଟିକା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍‌ କହିଛନ୍ତି ଯେ ରାଜ୍ୟରେ ଦୈନିକ ସାଢ଼େ ୫ ଲକ୍ଷ କୋରୋନା ଟିକା ଦିଆଯାଉଛି। ଏଭଳି ପରିସ୍ଥିତିରେ, ଏହି ଟିକା ଗୋଟିଏ ଦିନ ପୁରା କରି ପାରିବ ନାହିଁ।

You might also like