ଆମେରିକାରେ ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ହଜାରରୁ ଅଧିକ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୩ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୯ ଲକ୍ଷ ୩୬ ହଜାର ୯୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏକ ଲକ୍ଷ ୯୪ ହଜାର ୬୬୫ ଜଣ ଆରୋଗ୍ୟ ଲାଭ କରିଛନ୍ତି।

  • ପ୍ରତି ଘଣ୍ଟାରେ ଆମେରିକା, ଇଟାଲୀ, ସ୍ପେନ ଏବଂ ଇଂଲଣ୍ଡରେ ଆକ୍ରାନ୍ତ ଏବଂ ମୃତ୍ଯୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।
  • କରୋନା ଭାଇରସ ଆଗରେ ଅସହାୟ ହୋଇ ପଡିଛି ଆମେରିକା। ଗତ ୨୪ ଘଣ୍ଟାରେ ଆମେରିକାରେ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସଂକ୍ରମିିତଙ୍କ ସଂଖ୍ୟା ୨ ଲକ୍ଷ ୧୫ ହଜାର ପାର୍ କରିଛି ।
  • ସଂକ୍ରମଣ ଏଭଳି ଉଦବେଗଜନକ ବେଗରେ ବଢୁଛି ଯେ ଏହା ଉପରେ ଲଗାମ ଲଗାଇବା ଲାଗି  ଟ୍ରମ୍ପ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି।
  • ୟୁରୋପରେ ବି ସ୍ଥିତି ବେକାବୁ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଇଂଲଣ୍ଡ ଏବଂ ସ୍ପେନରେ ୫ ଶହରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ଯୁ ଖବର ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଇଟାଲୀରେ ମୃତ୍ଯୁସଂଖ୍ୟା ୧୩ ହଜାର ଟପିଛି।
  • ସ୍ପେନରେ ମୃତ୍ଯୁସଂଖ୍ୟା ରହିଛି ୯ ହଜାର ୩୮୭। ଫ୍ରାନ୍ସରେ ୪ ହଜାର ୩୨ ଜଣଙ୍କ ଜୀବନ ନେଇଛି କୋଭିଡ୍-୧୯ ଭୂତାଣୁ ।
  • ବ୍ରିଟେନ ସ୍ଥିତି ବି ଅସମ୍ଭାଳ ରହିଛି। ଏଠାରେ ୨୯ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୭୮୯ ରୁ ୨୩୫୨କୁ ବୃଦ୍ଧି ପାଇଛି ମୃତକଙ୍କ ସଂଖ୍ୟା ।
You might also like