ସାବଧାନ ! ଆଇସକ୍ରିମ ବାକ୍ସରେ ଠାବ ହେଲାଣି କରୋନା ଭୂତାଣୁ.

ଆଇସକ୍ରିମରେ ଠାବ ହେଲା କରୋନା

  • ଆଇସକ୍ରିମରେ ଠାବ ହେଲା କରୋନା
  • ୪୮୩୬ ଆଇସକ୍ରିମ ବାକ୍ସରେ ରହିଛି ଭୂତାଣୁ

ନୂଆଦିଲ୍ଲୀ: ଆଇସକ୍ରିମ ବକ୍ସରେ କରୋନା। ୪୮୩୬ ଆଇସକ୍ରିମ ବାକ୍ସରେ ରହିଛି କରୋନା ଭୂତାଣୁ। ଏମିତି ଖବର ଆସିବା ପରେ ଆଇସକ୍ରିମ ଖାଉଥିବା ଲୋକ ଚିନ୍ତାରେ ଅଛନ୍ତି। ତେବେ ଏମିତି ଖବର ଭାରତରୁ ନୁହେଁ, ଆସିଛି ଏକ ବାହାର ଦେଶରୁ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଚାଇନାରେ ଏମିତି ଘଟଣା ଦେଖିବାକୁ ମିଳିଛି। ଚୀନ୍ ଦେଶର ପ୍ରାୟ ତିନୋଟି କମ୍ପାନୀର ଆଇସକ୍ରମିରେ ଏହି ମହାମାରୀ ଠାବ ହୋଇଛି। ଅନେକ ଆଇସକ୍ରିମ ବଜାରରେ ବିକ୍ରି ହୋଇ ସାରିଥିବାରୁ, ଚାଇନା ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଆଇସକ୍ରିମ ଖାଇଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଥିବା ନେଇ ମଧ୍ୟ ସୂଚନା ରହିଛି।

  • କ୍ୱାରେଣ୍ଟିନରେ ଆଇସକ୍ରିମ ଖାଇଥିବା ଲୋକ
  • କେଉଁଠୁ ଆସିଲା ଭୂତାଣୁ? ମିଳୁନାହିଁ ଅତାପତା

ଚାଇନା ଆଇସକ୍ରିମରେ କରୋନା ଭୁତାଣୁ। ଚିନ୍ତାରେ ଆଇସକ୍ରିମ ଖାଇଥିବା ଲୋକେ। ତେବେ କରୋନା ଭାଇରସ ପାଇଁ ଦିନେ ଯେଉଁ ଦେଶ ଚର୍ଚ୍ଚାରେ ଥିଲା, ଆଇସକ୍ରିମରେ କରୋନା ଭୂତାଣୁ ଥିବା ଜଣାପଡ଼ିବା ପରେ ପୁଣିଥରେ କୁ ଚାଲିଆସିଛି। ଖବର ଜଣାପଡ଼ିବା ପରେ ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଇଂଲଣ୍ଡର ଏକ ନ୍ୟୁଜ ଚ୍ୟାନେଲ ରିପୋର୍ଟ କରିଛି ଯେ, କେଉଁ କମ୍ପାନୀର ଆଇସକ୍ରିମରେ କରୋନା ଭୂତାଣୁ ଠାବ ହୋଇଛି ଓ ତାହା କେଉଁଠୁ ବ୍ୟାପିଛି ତାହାର ଅନୁସନ୍ଧାନ ଚାଲିଛି। ଏମିତିକି ଯେଉଁମାନେ ଆଇସକ୍ରିମ ଖାଇଛନ୍ତି ସେମାନଙ୍କର ମଧ୍ୟ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ବର୍ତ୍ତମାନ ସମୟରେ ଆଇସକ୍ରିମ ପ୍ୟାକେଟ୍ ଗୁଡ଼ିକୁ ସିଲ କରିଦିଆଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଆଇସକ୍ରିମ କାରଖାନାରେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ତାଙ୍କଠାରୁ ହିଁ ଏହି ଭୂତାଣୁ ସଂକ୍ରମିତ ହେଉଛି। କିନ୍ତୁ ଯେ ପର୍ଯ୍ୟନ୍ତ କୌଣସି ସବିଶେଷ ତଥ୍ୟ ମିଳିନାହିଁ ଏ ସମ୍ପର୍କରେ କହିବା ଉଚିତ ହେବନାହିଁ ବୋଲି ବିଶେଷଜ୍ଞମାନେ ଗଣମାଧ୍ୟମକୁ କହିଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ନ୍ୟୁଜିଲ୍ୟାଣ୍ଡରୁ ଆମଦାନୀ ହୋଇଥିବା ଦୁଗ୍ଧ ପାଉଡର ଏବଂ ୟୁକ୍ରେନରୁ ଆମଦାନୀ ହୋଇଥିବା ହ୍ୱି ପାଉଡର ଭଳି କଞ୍ଚାମାଲରୁ ହିଁ କରୋନା ଭୂତାଣୁ ବ୍ୟାପିଛି। ଏହାସହ ଚାଇନାର ଗଣମାଧ୍ୟମ କହିଛି ଯେ, ଏହି ଖବର ଜଣାପଡ଼ିବା ପରେ ୧୬ ଶହ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।

ସେପଟେ, ଚାଇନାରେ ଆଇସକ୍ରିମରୁ ଭୂତାଣୁ ଠାବ ହେବା ପରେ ଅନେକ ଦେଶରେ ଆଇସକ୍ରିମ ବିକ୍ରିର ମାତ୍ରା ମଧ୍ୟ କମିଯାଇଛି। କିନ୍ତୁ ବର୍ତ୍ତମାନ ସମୟରେ ଚାଇନା ଛଡା ଅନ୍ୟ କୌଣିସି ଦେଶରୁ ଏମିତି କୌଣସି ରିପୋର୍ଟ ଆସିନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ହୁ ସ୍ପଷ୍ଟ କରିଛି।

ଗତବର୍ଷ ଚାଇନାର ଉହାନ ସହରରେ ହିଁ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ପରେ ଗୋଟିଏ ପରେ ଗୋଟିଏ ଦେଶକୁ କାୟା ବିସ୍ତାର କରିଥିଲା କରୋନା। କିନ୍ତୁ ପୁଣି ଥରେ ଆଇସକ୍ରିମରୁ କରୋନା ଚିହ୍ନଟ ହୋଇଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ।

You might also like