ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ।  ଅକ୍ଟୋବରରୁ ଲକ୍ଷ୍ନୌ ଓ ଗୋରଖପୁରରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହେବ ବୋଲି ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି ।

ସେହିପରି ଅକ୍ଟୋବର ୧୬ରୁ ପଞ୍ଜାବର ୩ଟି ମେଡିକାଲ କଲେଜରେ ଟ୍ରାଏଲ ହେବା ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ସେପଟେ ଆମେରିକା କଂପାନୀ ଜନସନ୍ସ ଆଣ୍ଡ ଜନସନ୍ସ ଦ୍ୱାରା ପ୍ରସ୍ତୁତ କରୋନା ଟିକାର ପରୀକ୍ଷଣ ଆରମ୍ଭ ହୋଇଛି ।

ପ୍ରାୟ ୬୦ ହଜାର ସ୍ୱେଚ୍ଛାସେବୀଙ୍କଠାରେ ଏହି ଟିକା ପରୀକ୍ଷଣ ବୁଧବାରଠାରୁ ଆରମ୍ଭ ହୋଇଥିବା କଂପାନୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଆସିବ ବୋଲି ଆଶା ରହିଛି। ଜନସନ ଦ୍ୱାରା ପ୍ରସ୍ତୁତ ଟିକାକୁ ଅତ୍ୟଧିକ ଥଣ୍ଡାରେ ରଖିବାକୁ ପଡ଼ିବ ନାହିଁ । ୨୦୨୧ରେ କଂପାନୀ ୧୦୦ କୋଟି ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି

ଆହୁରି ପଢ଼ନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ରାଜ୍ୟରେ ୨୪ ଘଣ୍ଟାରେ ୧୧  କରୋନା ରୋଗୀଙ୍କ ମୃତ୍ୟୁ

ଖୋର୍ଦ୍ଧାରେ କମୁଛି କରୋନା ସଂକ୍ରମଣ‌, ଦିନକରେ ଚିହ୍ନଟ ହେଲେ ୨୦୦ରୁ କମ୍ ଆକ୍ରାନ୍ତ

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ସୁସ୍ଥ ହେଲେ ୧୯୦୮ କରୋନା ଆକ୍ରାନ୍ତ

ରାଜ୍ୟରେ ୧୩  କରୋନା ରୋଗୀଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧,୬୧୭ ପଜିଟିଭ୍‌ ଚିହ୍ନଟ

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

You might also like