ରାଜ୍ୟରେ କରୋନା ହାଲ୍: ଚିହ୍ନଟ ହେଲେ ୨୪୫, ଆଖି ବୁଜିଲେ ୨
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୪୧ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୧୦୪। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ସେହିପରି ରାଜ୍ୟରେ ଆଜି ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ।
ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବଲାଙ୍ଗିର ଜିଲ୍ଲାରୁ। ଏଠାରେ ୪୦ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଅନଗୁଳରୁ ୨୦, ବାଲେଶ୍ୱରରୁ ୧୬, ବରଗଡରୁ ୧୩, ଭଦ୍ରକ ୩, ବୌଦ୍ଧରୁ ୨, କଟକରୁ ୫, ଦେବଗଡରୁ ୩, ଢେଙ୍କାନାଳରୁ ୧, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି।
କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୨୫, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧୩, ୨, ନୂଆପଡ଼ାରୁ ୭, ପୁରୀରୁ ୬, ରାୟଗଡ଼ାରୁ ୧, ସମ୍ବଲପୁରରୁ ୩, ସୋନପୁରରୁ ୪, ସୁନ୍ଦରଗଡରୁ ୨୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।
Covid-19 Report For 7th January, 2021
New Positive Cases: 245
In quarantine: 141
Local contacts: 104(Details of local contacts will be shared by concerned Dist Administration)
District Wise Cases:
1. Angul: 20
2. Balasore: 16
3. Bargarh: 13
4. Bhadrak: 3
5. Balangir: 40— I & PR Department, Odisha (@IPR_Odisha) January 8, 2021
ଏହାକୁ ମିଶାଇ ରାଜ୍ୟରେ ୩,୩୧,୩୯୬ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୩୧,୩୯୬। ଆକ୍ଟିଭ କେସ ରହିଛି ୨୧୬୩।
ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରୁ ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଭୁବନେଶ୍ୱରରୁ ଜଣେ ୮୩ ବର୍ଷୀୟ ବୃଦ୍ଧ ଆଖି ବୁଜିଛନ୍ତି। ସେ ପୂର୍ବରୁ ଡାଇବେଟିସ ଆକ୍ରାନ୍ତ ଥିଲେ।
ସେହପରି ଖୋର୍ଦ୍ଧାର ଜଣେ ୩୭ ବର୍ଷୀୟ ଯୁବକଙ୍କର କରୋନାରେ ମୃତ୍ୟୁ ଘଟିଛି । ମୃତକ ଜଣକ ପୂର୍ବରୁ ଡାଇବେଟିସ ଆକ୍ରାନ୍ତ ଥିଲେ। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୦ରେ ପହଞ୍ଚିଛି।
ସୂଚନାଥାଉ କି, ଦେଶରେ ଆଜି ୧୮, ୧୩୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧,୦୪,୧୩,୪୧୭ରେ ପହଞ୍ଚିଛି। ଇତି ମଧ୍ୟରେ ସୁସ୍ଥ ହୋଇ ଫେରିଛନ୍ତି ୧,୦୦,୩୭,୩୯୮ ଜଣ। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧, ୫୦, ୫୭୦ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ତଥ୍ୟରୁ ଜଣାଯାଇଛି।