ରାଜ୍ୟରୁ ଚିହ୍ନଟ ହେଲେ ୨, ୬୭୩ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ  ଚିହ୍ନଟ ହୋଇଛନ୍ତି ୨,୬୭୩ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୫୪ ଓ ଲୋକାଲ କେସ୍ ‌୧,୧୧୯ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି  ।

ଖୋର୍ଦ୍ଧାରୁ ସର୍ବାଧିକ ୪୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ଚିହ୍ନଟ ହୋଇଛନ୍ତି  ୨୧୪।

ଆଜିର ନୂଆ ଆକ୍ରାନ୍ତଙ୍କ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨, ୩୮, ୦୦୩କୁ ଛୁଇଁଛି।

You might also like